ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ପୁଲିସର ବ୍ୟାପକ। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଇଛି । ଆଜି ୫୨ ପ୍ଲାଟୁନ ପୁଲିସ ସହର ଜଗିବେ । ୧୮୦ରୁ ଅଧିକ ଅଫିସର ମୁତୟନ ରହିବେ । ବିଭିନ୍ନ ସ୍ଥାନରେ ପୁଲିସ ଆଉଟ ପୋଷ୍ଟ କରାଯାଇଛି । ସୁରକ୍ଷା ପାଇଁ ଡ୍ରୋନ ଓ ସିସିଟିଭି କ୍ୟାମେରାର ବ୍ୟବହାର କରାଯିବ । ଏହାସହିତ ଶାନ୍ତିଶୃଙ୍ଖଳା ରକ୍ଷା କରି ହନୁମାନ ଜୟନ୍ତୀରେ ସାମିଲ ହେବାକୁ ନିବେଦନ କରିଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୂ ।ଅନ୍ୟପଟେ କେନ୍ଦ୍ରାପଡ଼ାରେ ହନୁମାନ ଜୟନ୍ତୀ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ପୁଲିସ ଫ୍ଲାଗ ମାର୍ଚ୍ଚ । ଆଜି ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବ ।