ବିଶ୍ଵ ମାନଚିତ୍ରରୁ ୟୁକ୍ରେନ୍‌କୁ ଲିଭାଇ ଦେବାକୁ ଚାହୁଁଛି ଋଷ: ଜେଲେନସ୍କି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ସକାଳେ ରୁଷ ପୁଣି ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛି। ୟୁକ୍ରେନ୍‌ର ବିଭିନ୍ନ ସହରରେ ଆଜି ରୁଷ ଅନେକ ମିଶାଇଲ ମାଡ଼ ହେଉଛି। ଋଷର ଏକି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି। ସେ କହିଛନ୍ତି ଯେ, ୟୁକ୍ରେନ୍‌କୁ ପୃଥିବୀ ମାନଚିତ୍ରରୁ ଲିଭାଇ ଦେବାକୁ ଚାହୁଁଛି ଋଷ।ସେମାନେ ଆମକୁ ନଷ୍ଠ କରିଦେବାକୁ ଚାହୁଁଛନ୍ତି। ପୃଥିବୀ ପୃଷ୍ଠରୁ ଆମ ଚିହ୍ନବର୍ଣ୍ଣ ହଜେଇ ଦେବାକୁ ଚାହୁଁଛନ୍ତି। ଘରେ ଶୋଇଥିବା ନୀରିହ ଲୋକଙ୍କ ଉପରେ ନିଷ୍ଠୁର ଭାବେ ଋଷ ବୋମା ବର୍ଷଣ କରୁଛି ବୋଲି ସେ କହିଛନ୍ତି।ଏକ ଟେଲିଗ୍ରାମ ମେସେଜରେ ଏହା କହିଛନ୍ତି ଜେଲେନସ୍କି।

ତେବେ ରୁଷ୍‌କୁ ସଂଯୋଗ କରୁଥିବା କ୍ରିମିଆ ସେତୁ‌ରେ ମାରାତ୍ମକ ବିସ୍ଫୋରଣ ପାଇଁ ମସ୍କୋ ୟୁକ୍ରେନ୍‌କୁ ଦାୟୀ କରି ପ୍ରଚଣ୍ଡ କ୍ଷେପଣାସ୍ତ୍ର ମାଡ଼ ଜାରତ ରଖିଛି। ସେହିପରି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଜିଆ ଉପରେ ମିସାଇଲ ଆଟାକ୍ କରିଛନ୍ତି । ଏହି ଆଟାକ୍ ଆପାର୍ଟମେଣ୍ଟ ବ୍ଲକ ଏବଂ ଆବାସିକ ଅଞ୍ଚଳରେ କରାଯାଇଛି । ଫଳରେ ସାରା ୟୁକ୍ରେନରେ ଏୟାର ଆଲର୍ଟ ଜାରି କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଜାପୋରିଜିଆରେ କ୍ଷେପଣାସ୍ତ୍ର ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮୯ ଜଣ ଆହତ ହୋଇଛନ୍ତି । ରବିବାର ଜାପୋରିଜିଆରେ ଏହି ଆଟାକ୍ ହୋଇଥିଲା । ରୁଷର ବିମାନ ଅତି କମରେ ୧୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟଗୁଡିକରେ ଏହି ଟାର୍ଗେଟ କରାଯାଇଥିଲା ।

Related Posts