ୟୁକ୍ରେନ୍ ଉପରେ ଆଉ ଅଧିକ ମିସାଇଲ୍ ଆକ୍ରମଣ କରିବ ନାହିଁ ଋଷ: ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରୀ ରହିଥିବା ବେଳେ, ଏହାରି ମଧ୍ୟରେ ଖୋଦ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ଘୋଷଣା କରିଛନ୍ତି । ୟୁକ୍ରେନ ଉପରେ ଆଉ ଅଧିକ ମିସାଇଲ୍ ଆକ୍ରମଣ କରିବ ନାହିଁ ବୋଲି କହିଛନ୍ତି। କ୍ରିମିଆ ବ୍ରିଜ୍ ଉପରେ ହୋଇଥିବା ଆକ୍ରମଣର ଜବାବରେ ଋଷ ୟୁକ୍ରେନ୍ ଉପରେ ପ୍ରବଳ ମିସାଇଲ୍ ମାଡ଼ କରିଥିଲା। ଏଥିରେ ୟୁକ୍ରେନ୍ର ରାଜଧାନୀ କିଭ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ଭାଙ୍ଗିଯିବା ସହ ଏକାଧିକ ଜୀବନ ହାନି ଘଟିଥିଲା। ହେଲେ ଏବେ ତୀବ୍ର ଆକ୍ରମଣ ହେବ ନାହିଁ ବୋଲି ପୁଟିନ କହିଛନ୍ତି।

ଶୁକ୍ରବାର ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି “ୟୁକ୍ରେନ୍ ଉପରେ ଅଧିକ ଆକ୍ରମଣ କରିବାର ବର୍ତ୍ତମାନ କୌଣସି ଯୋଜନା ନାହିଁ। ପଶ୍ଚିଦେଶଗୁଡ଼କର ସମର୍ଥକ ଦେଶଗୁଡ଼ିକୁ ନଷ୍ଟ କରିଦେବା କ୍ରେମିଲିନ୍‌ର ଉଦ୍ଦେଶ୍ୟ ନୁହେଁ।”

ତେବେ ୟୁକ୍ରେନ୍ ବିରୋଧରେ ଋଷର ଆକ୍ରମଣ କଡ଼ା ନିନ୍ଦା କରିଥିଲା ବିଶ୍ୱ ସମୁଦାୟ। ଋଷ ଜାଣି ଜାଣି ଜନବସତି ଅଞ୍ଚଳରେ ରକେଟ ମାଡ଼ କରିଛୁ। ଏଥିରେ ସାଧାଣ ଜନତାଙ୍କର ଅକାଳ ବିୟୋଗ ହେଉଛି ବୋଲି ପଶ୍ଚିମ ଦେଶଗୁଡ଼ିକ ଅଭିଯୋଗ କରିଥିଲେ। ଜାତିସଂଘ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିଥିଲା

Related Posts