ଧାମନଗର ଉପ ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେପି

ଭୁବନେଶ୍ଵର: ଭଦ୍ରକ ଜିଲ୍ଲାର ଧାମନଗରରେ ଅନୁଷ୍ଠିତ ହେବ ଉପ ନିର୍ବାଚନ । ଏନେଇ ଚଞ୍ଚଚଞ୍ଚଳ ହୋଇ ଉଠିଛି ରାଜ୍ୟ ରାଜନୀତି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ତାରିଖ ଘୋଷଣା ହେବା ପରେ ରାଜ୍ୟର 3 ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ ଶେଷ ହୋଇଛି । ଏହି କ୍ରମରେ ଧାମନଗର ଉପ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରାଯାଇଛି।

ତାଲିକାରେ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ଵେଶ୍ଵର ଟୁଡୁ, କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ, ବିଜୟପାଲ ସିଂହ ତୋମାର ସାମିଲ୍ ଅଛନ୍ତି। ଏଥିସହ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଅପରାଜିତ ଷଡଙ୍ଗୀ ପ୍ରମୁଖ ସାମିଲ୍।

ସୂଚନାଯୋଗ୍ୟ, ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ଉପ ନିର୍ବାଚନ ହେବାକୁ ଯାଉଛି। ନଭେମ୍ବର ୩ରେ ମତଦାନ ଏବଂ ନଭେମ୍ବର ୬ରେ ଭୋଟ୍ ଗଣତି ହେବ। ବିଜେପି ଦିବଙ୍ଗତ ନେତା ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଅବନ୍ତୀ ଦାସ୍‌ଙ୍କୁ ଟିକେଟ୍ ଦେଇଛି। କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀ ମଇଦାନରେ ଅଛନ୍ତି। ସବୁଠୁ ବଡ କଥା ବିଜେଡି ସହ ବିଦ୍ରୋହ କରି ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି

Related Posts