ବର୍ବରତାର ସୀମା ଲଂଘୁଛି ରୁଷ ସେନା: ଆଶ୍ରୟ ସ୍ଥଳ ଉପରକୁ ବିସ୍ଫୋରଣ, ହଜାରରୁ ଅଧିକ ଲୋକ ଧ୍ୱଂସ ହୋଇଥିବା କୋଠା ତଳେ ଚାପି ହୋଇଯାଇଥିବା ସୂଚନା

୨୨ ଦିନରେ ପହଁଚହିଁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ | ରୁଷ ସେନା ଆକ୍ରୋଶ ମୂଳକ ଭାବେ ୟୁକ୍ରେନ ଉପରକୁ ଅକର୍ମଣ କରି ଚାଲିଥିବା ବେଳେ, ଏହାର ଜବାବ ଦେଉଛନ୍ତି ୟୁକ୍ରେନ ସେନା | ରୁଷ ସେନା ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅଧୀନକୁ ନେବାରେ ଲାଗିଥିବା ବେଳେ, ସାଧାରଣ ଲୋକଙ୍କୁ ବି ଛାଡ଼ୁନାହାନ୍ତି | ଏପରିକି ଚିକିତ୍ସାଳୟ , ଅନାଥାଶ୍ରମକୁ ଧ୍ୱଂସ ବିଦ୍ୱାନସ କରିବାରେ ଲାଗିଛନ୍ତି |

ସେପଟେ ରୁଷ ସେନା ଆଶ୍ରୟ ସ୍ଥଳ ଉପରକୁ ଆକ୍ରମଣ କରିଛି | ମାରିୟୁପୋଲ ସହରରେ ଥିବା ଏକ ଥିଏଟର ଉପରେ ବିସ୍ଫୋରଣ କରିବାରୁ ଏଠାରେ ଥିବା ହଜାରରୁ ଅଧିକ ଲୋକ ଧ୍ୱଂସ ହୋଇଥିବା କୋଠା ତଳେ ଚାପି ହୋଇଯାଇଥିବା ସୂଚନା ରହିଛି ।

ଅନ୍ତରାଷ୍ଟ୍ରୀୟ କୋର୍ଟ ଅଫ୍ ଜଷ୍ଟିସର ଦାଗିଦା ପରେ ବି ସୁଧୁରିଲାନି ଋଷ । ଘମାଘୋଟ ଯୁଦ୍ଧ ଭିତରେ ନିଜ ନିଜ ଜୀବନ ବଞ୍ଚାଇବାକୁ ରେଳ ଷ୍ଟେସନ୍, ବଙ୍କର ସମେତ ଥିଏଟରରେ ଆଶ୍ରୟ ନେଇଥିଲେ ହଜାର ହଜାର ୟୁକ୍ରେନ ନାଗରିକ । ହେଲେ ଏହାକୁ ମଧ୍ୟ ଛାଡିଲାନି ଋଷ ସେନା । ବୁଧବାର ରାତିରେ ମାରିୟୁପୋଲର ସହରରେ ଥିବା ଏକ ବିରାଟ ଥିଏଟରରେ ଲୋକେ ଆଶ୍ରୟ ନେଇଥିବାବେଳେ ଏଠାରେ ବୋମା ବର୍ଷାଇଥିଲା ଋଷ ସେନା । ଫଳରେ ଥିଏଟର ଧ୍ୱଂସ୍ତ ବିଧ୍ୱଂସ୍ତ ହୋଇଛି । ଏଠାରେ ଏଥିରେ ଶରଣ ନେଇଥିବା ଲୋକେ ମାଟିତଳେ ଚାପି ହୋଇ ରହିଥିବା କୁହାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରଖିଛି ୟୁକ୍ରେନ୍ ସେନା ।

ଅନ୍ୟପଟେ ଯୁଦ୍ଧ ବିରତ୍ତି ପ୍ରସଙ୍ଗ ତଥା ୟୁକ୍ରେନରେ ମାନବୀୟ ସ୍ଥିତି ନେଇ ଜରୁରୀ ବୈଠକ ଡାକିଛି ଜାତିସଂଘ ସୁରକ୍ଷା ପରିଷଦ ।

ଜାତିସଙ୍ଘ ସୁରକ୍ଷା ପରିଷଦ ଅପରାହ୍ଣ ୩ଟାରେ ଜରୁରୀ ବୈଠକ ଡାକିଛି । ଏଥିରେ ଆମେରିକା ସମେତ ୬ଟି ଦେଶ, ବ୍ରିଟେନ, ଫ୍ରାନ୍ସ, ଆଲବାନିଆ, ଆୟରଲ୍ୟାଣ୍ଡ ଏବଂ ନରୱେ ସାମିଲ ହେବେ ବୋଲି ଜଣାପଡିଛି । ତେବେ ଏଥିରେ ୟୁକ୍ରେନରେ ଋଷର ଦମନଲୀଳା ସ୍ଥାନ ପାଇବ ।

Related Posts