ଜୟପୁରରେ ଦୁଃଖଦ ଘଟଣା: ଭାଇ ଆତ୍ମହତ୍ୟା କରିବାର ଦିନକ ପରେ ବଡ ଭଉଣୀର ଆତ୍ମହତ୍ୟା

ଜୟପୁର : ଜୟପୁର ସହର ପାରାବେଡା ଶ୍ରୀରାମ କଲୋନୀରେ ଘଟିଛି ଏକ ବଡ଼ ଦୁଃଖଦ ଘଟଣା । ଭାଇ ଆତ୍ମହତ୍ୟା କରିବାର ଦିନକ ପରେ ବଡ ଭଉଣୀ ଆତ୍ମହତ୍ୟା କରିଛି । ଭାଇର ମୃତ୍ୟୁ ଖବର କୁ ସହ୍ୟ କରିନପାରିବା ବଡ଼ ଭଉଣୀ ଏପରି କରିଥିବା ନେଇ ସୂଚନା ମିଳିଛି ।

ଖବର ଅନୁଯାୟୀ, ନାବାଳକ ଭାଇ ଶିବାଶିଷ ନାୟକ ଗତ ୨୯ ତାରିଖରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ବଡ ଭଉଣୀ ରଶ୍ମି ନାୟକ ଭୁବନେଶ୍ବରରେ ରହି ଇଂଜିନିୟର ପାଠ ପଢୁଥିଲେ । ଭାଇର ଆତ୍ମହତ୍ୟା ଖବର ଶୁଣି ଶୁକ୍ରବାର ଘରକୁ ଆସିଥିଲେ । ହେଲେ ଶନିବାର ବଡ ଭଉଣୀ ରଶ୍ମି ନାୟକ ଆତ୍ମହତ୍ୟା କରିଛନ୍ତି । ତେବେ ଏବେ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସେପଟେ ଏହି ଦୁଃଖଦ ଖବରକୁ ନେଇ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି ।

Related Posts