ଯାଜପୁର: ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଚଟୁମାରି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଚୋରି କରିବାକୁ ଆସି ଧରା ପଡ଼ିବା ଭୟରେ ଘର ମାଲିକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି । ଫଳରେ ଏହି ଆକ୍ରମଣରେ ଘର ମାଲିକ ବିଶ୍ୱରଞ୍ଜନ ବିଶ୍ୱାଳଙ୍କ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବିଶ୍ୱରଞ୍ଜନ ବିଶ୍ବାଳଙ୍କ ଘରେ କିଛି ଚୋର ପଶିଥିଲେ। ଏହି ସମୟରେ ଘର ବାରଣ୍ଡାରେ ଶୋଇଥିବା ବିଶ୍ୱରଞ୍ଜନ ନିଦରୁ ଉଠି ପଡ଼ି ଚୋରମାନଙ୍କୁ ଘରେ ପଶିଥିବା ଦେଖି ପାଟି କରିବାରୁ ସେମାମାନେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ସେଠାରୁ ସେମାନେ ପଳାଇଥିଲେ। ପରେ ବିଶ୍ୱରଞ୍ଜନ ବିଶ୍ବାଳଙ୍କୁ ଗୁରୁତର ଅବସ୍ଥାରେ ବରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ପାଇ ବରି-ରାମଚନ୍ଦ୍ରପୁର ପୁଲିସ ଘଟଣାର ତଦନ୍ତ ଚଳାଇଛି ।