କଟକ: ଏସସିବି ମେଡିକାଲ୍ ପରିସରରେ ଉତେଜେନା । ମେଡିକାଲ ପରିସରରେ ବିକ୍ରି ହେଉଛି ଏକ୍ସପାରି ଔଷଧ । ଏନେଇ ଅଭିଯୋଗ ହୋଇଛି। କଲ୍ୟାଣୀ ମେଡିକାଲ ଷ୍ଟୋର ଏକ୍ସପାରି ଔଷଧ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିଛି।
ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଗଷ୍ଟ ମାସର ଏକ୍ସପାରି ରକ୍ତଚାପ ଔଷଧ ବିକ୍ରି ହୋଇଥିଲା ।
ଏନେଇ ଏସସିବି ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଏ ନେଇ ଡ୍ରଗ କଣ୍ଟ୍ରୋଲ ବିଭାଗକୁ ଅବଗତ କରାଯିବ ।
ସେପଟେ ମେଡିକାଲ୍ ପରିସରରେ ଏକ୍ସପାରି ଔଷଧ ବିକ୍ରିକୁ ନେଇ ଉତେଜେନା ପ୍ରକାଶ ପାଇଛି ।
