କୋଷାଗୁମୁଡ଼ା: ନବରଙ୍ଗପୁର କୋଷାଗୁମୁଡ଼ା ଥାନା ଅନ୍ତର୍ଗତ କାନାଗୁଡା ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ପୋଖରୀରେ ବୁଡି ଚାଲିଯାଇଛି ଜେଜେ ଓ ନାତିର ଜୀବନ । ଗାଧୋଇବାକୁ ଯାଇଥିବା ଏହି ଅଘଟଣ ଘଟିଛି । ମୃତ ଦୁଇ ଜଣେ ହେଲେ ଲବ ହରିଜନ ଏବଂ ୟସ ହରିଜନ।

ଘଟଣା ଅନୁସାରେ କାନାଗୁଡା ଗାଁର ଲବ ହରିଜନ ଜମିରେ କାମ ସାରି ଗାଧେଇବାକୁ ପୋଖରୀକୁ ଯାଇଥିଲେ । ଜେଜେ ଓ ୯ ବର୍ଷର ନାତି ୟସ ହରିଜନ ଗାଧଉଥିବା ସମୟରେ ପୋଖରୀ ପାଣିରେ ବୁଡି ଯାଇଥିଲେ। ଗାଁ ଲୋକ ଦେଖି କୋଷାଗୁମୁଡ଼ା ଅଗ୍ନିଶମ ବିଭାଗକୁ ଫୋନ କରିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଜେଜେ ଓ ନାତିକୁ କୋଷାଗୁମୁଡ଼ା ମେଡିକାଲ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।