ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଦୃଶ୍ୟ: ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଲେ ସିକ୍ୟୁରିଟି ଗାର୍ଡ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଛନ୍ତି ସିକ୍ୟୁରିଟି ଗାର୍ଡ । .ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲକୁ ଆସିଥାନ୍ତି ରୋଗୀ । ହେଲେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମରାଯାଉଛି । ଯାହାର ଏକ ଭିଡିଓ ଭାଇରଲ ହୋଇଛି । ମାହାଙ୍ଗା ଥାନା କୋଳିଅଠା ଅଞ୍ଚଳର ତାପସ ସାହୁ ନିଜ ଭଉଣୀର ଚିକିତ୍ସା ପାଇଁ ଶନିବାର ବଡ଼ଚଣା ମେଡିକାଲକୁ ଆସିଥିଲେ । ଡାକ୍ତରଙ୍କୁ ଦେଖା କରିବାକୁ ନେଇ ମେଡିକାଲରେ ଥିବା ସିକ୍ୟୁରିଟିଙ୍କ ସହ ବଚସା ହୋଇଥିଲା । ଯାହାକୁ ନେଇ ମେଡିକାଲରେ ଥିବା ସିକ୍ୟୁରିଟିମାନେ ଯୁବକଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ ।

ମେଡିକାଲର ସୁରକ୍ଷା ପାଇଁ ସିକ୍ୟୁରିଟି ରହିଥିବା ବେଳେ କେଉଁଭଳି ରୋଗୀଙ୍କୁ ମାଡ଼ ମାରି ସୁରକ୍ଷା ଭଙ୍ଗ କରୁଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବକ ଜଣଙ୍କ । ସିକ୍ୟୁରିଟିଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲ ରେ ନିନ୍ଦା କରାଯାଇଛି ।

ଘଟଣାକୁ ନେଇ ବଡ଼ଚଣା ପୋଲିସ ମେଡିକାଲରେ ପହଁଚି ଉଭୟଙ୍କୁ ପଚରା ଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Related Posts