ମହାନଦୀ ମୁହାଣରେ ଭାସିଗଲା ବୋଟ, ୭୦ ଯାତ୍ରୀ ଉଦ୍ଧାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଠାରେ ମହାନାଦୀ ମୁହାଣରେ ପ୍ରବଳ ଜଳ ପ୍ରବାହ ହେତୁ ଏକ ବୋଟ ସମୁଦ୍ର ମଧ୍ୟକୁ ଭାସି ଯାଇଥିଲା। ଏହି ବୋଟରେ ପ୍ରାୟ ୭୦ ଜଣ ଯାତ୍ରୀ ଫସି ରହିଥିଲେ। ତେବେ ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଡଙ୍ଗା ଚାଳକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅନ୍ଧାର ସତ୍ତ୍ୱେ ସେମାନଙ୍କର ସମସ୍ତ ପ୍ରୟାସ ଏବଂ ଅଭିଜ୍ଞତାକୁ ଲଗାଇ ୭୦ ଜଣ ଲୋକଙ୍କୁ ସଫଳତାର ସହିତ ଉଦ୍ଧାର କରିଥିଲେ।

ଖବର ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଡଙ୍ଗା ପାରାଦୀପରୁ ବାହାକୁଦ ମହାକାଳପଡ଼ା ଅଞ୍ଚଳକୁ ଯାଉଥିଲା।ତେବେ ମହାନଦୀ ନଦୀରେ ପ୍ରବଳ ଜଳ ପ୍ରବାହ ହେତୁ ଏହା ଭାସିଯାଇଥିଲା। ପରେ ଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଅଣାଯାଇଛି। ଅଗ୍ନିଶମ ଟିମ୍‌, ଜମ୍ବୁ ମେରାଇନ୍‌ ପୋଲିସ ଓ ସ୍ଥାନୀୟ ଡଙ୍ଗା ଚାଳକ ମାନେ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।

Related Posts