ଦେବଗଡ କୁଣ୍ଢେଇଗୋଳା ଥାନା ଆଉଁଳୀ ଗାଁରେ ଅଭାବନୀୟ ଦୃଶ୍ୟ: ଝୁଲନ୍ତା ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

ଦେବଗଡ : ଶୁକ୍ରବାର ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳୀ ଗ୍ରାମର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଏକ ଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ଆଉଁଳୀ ଗ୍ରାମର ଗିରିଧାରୀ ବେହେରାଙ୍କ ପୁଅ ୨୨ବର୍ଷୀୟ ଆଲୋକ ବେହେରା ।

ସେହିପରି ମୃତ ଯୁବତୀ ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ବଡଗୁଣ୍ଡୁରୀ ଗ୍ରାମର କୃଷ୍ଣ ବେହେରାଙ୍କ ଝିଅ । ଯୁବକ ଯୁବତୀ ସମ୍ପର୍କୀୟ ହୋଇଥିବା ବେଳେ ଗତକାଲି ଆଲୋକ ସଂପୃକ୍ତ ଯୁବତୀଙ୍କୁ ଧରି ଗ୍ରାମକୁ ଆସିଥିଲେ । ପରେ ଆଜି ଉଭୟଙ୍କୁ ଗ୍ରାମ ନିକଟରେ ଥିବା ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ମୃତ୍ୟୁର କାରଣ ଜଣାପଡିନଥିବା ବେଳେ କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦେବଗଡ ଏସଡିପିଓ ପ୍ରତ୍ୟୁଷ ମହାପାତ୍ର ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି ।

Related Posts