ଦେଶର ବିଭାଜନ ଦୁଃଖଦାୟକ, ଭାରତ ଓ ପାକିସ୍ତାନ ଦିନେ ଏକ ହୋଇଯିବେ: ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ଏକ କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗ ଦେଇ ଦେଶର ବିଭାଜନକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ଯେତେବେଳେ ପଶ୍ଚିମ ଏବଂ ପୂର୍ବ ଜର୍ମାନୀ ଏକ ହୋଇପାରନ୍ତି, ତେବେ କାହିଁକି ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଏକ ହୋଇପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେ ଦେଶର ବିଭାଜନକୁ ଦୁଃଖଦାୟକ ବୋଲି କହି ଏଥିପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି।

ସେ କହିଛନ୍ତି ଯେ ଯଦି କଂଗ୍ରେସର କିଛି ଲୋକ କ୍ଷମତାକୁ ନେବାକୁ ତତ୍ପରତା ଦେଖାଇ ନଥାନ୍ତେ, ତେବେ ବୋଧହୁଏ ବିଭାଜନ ହୋଇ ନଥାନ୍ତା। ଯଦି ସେମାନେ କିଛି ସମୟ ପାଇଁ କ୍ଷମତା ଛାଡିଥାନ୍ତେ, ତେବେ ବିଭାଜନକୁ ରୋକାଯାଇ ପାରିଥାନ୍ତା | ଆମେ ପଡୋଶୀ ଦେଶମାନଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ |

ଯଦି ପୂର୍ବ ଏବଂ ପଶ୍ଚିମ ଜର୍ମାନୀ ଏକଜୁଟ ହୋଇପାରୁଛନ୍ତି ତେବେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ କାହିଁକି ଏକ ହୋଇପାରିବ ନାହିଁ? ‘ ସେ କହିଛନ୍ତି ଯେ ଜର୍ମାନୀର ଉଭୟ ଭାଗର ଲୋକମାନେ ନିଜେ ବିଭାଜନ ହେତୁ ନିର୍ମିତ କାନ୍ଥ ଭାଙ୍ଗିଦେଇଥିଲେ ।

ଗୁରୁଗ୍ରାମରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ କଂଗ୍ରେସ ଦୀର୍ଘ ଦିନ ଧରି ଭୋଟବ୍ୟାଙ୍କ ରାଜନୀତି କରୁଥିଲା । ସେ କହିଛନ୍ତି ଯେ କଂଗ୍ରେସର ଆଦର୍ଶ ହେଉଛି କିପରି ଶାସନ କରିବେ ଏବଂ ଏଥିପାଇଁ ଲୋକଙ୍କୁ କିପରି ବିଭାଜନ କରାଯିବ। ବିଜେପିର ଏଭଳି ଲକ୍ଷ୍ୟ ନାହିଁ। ସେ କହିଛନ୍ତି ଯେ ଯଦି ଆମର କଂଗ୍ରେସ ଭଳି ସମାନ ଧାରଣା ଥାନ୍ତା, ତେବେ ଆମେ ଦେଶ ପାଇଁ କିଛି କରି ନଥା’ନ୍ତୁ। କଂଗ୍ରେସରେ କେବଳ ମୁଁ, ମୋ ଘର, ମୋ ପରିବାର ଏବଂ ମୋ ପୁଅର ଚିନ୍ତାଧାରା ଅଛି। ଏହା ବ୍ୟତୀତ ସେହି ଲୋକମାନେ ଆଗକୁ ବଢ଼ନ୍ତି ନାହିଁ। ଯୋଉଥି ପାଇଁ ଆଜି ସମଗ୍ର ଭାରତ ବର୍ଷ ହଇରାଣ ହେଉଛି ।

Related Posts