ବାଲି ଚୋରା ଚାଲାଣ: ଚଢ଼ାଉ ବେଳେ ଅତିରିକ୍ତ ତହସିଲଦାର ଓ ୩ ଜଣ ଆରଆଇଙ୍କୁ ନିସ୍ତୁକ ମାଡ଼

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ବାଲି ଚୋରା ଚାଲାଣ ରୋକିବାକୁ ଯାଇ ହଟହଟା ହେଇଛନ୍ତି ଅତିରିକ୍ତ ତହସିଲଦାର ଓ ୩ ଜଣ ଆରଆଇ ।ବାଲି ମାଫିଆ ମାନେ ତାଙ୍କୁ ନିସ୍ତୁକ ମାଡ ମାରିଛନ୍ତି ।

ଆଜି ଭୋରରେ ଗଞ୍ଜାମ ତହସିଲ ମାଳି ଜଗନ୍ନାଥପୁର ଗାଁ ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା। ଏହି ସମୟରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇ ସେଠାରେ ଚଢ଼ାଉ କରିଥିଲେ। ହେଲେ ବାଲି ମାଫିଆମାନେ ସେମାନଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ।

ଆକ୍ରମଣର ଶିକାର ହୋଇଥିବା ଚାରି ଅଧିକାରୀ ହେଉଛନ୍ତି- ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା। ସେମାନଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଗଞ୍ଜାମ ଥାନା ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Related Posts