ପୋଖରୀରୁ ଜଣେ ଆଇଟିଆଇ ଛାତ୍ରଙ୍କର ମୃତ ଦେହ ଉଦ୍ଧାର: ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗିର: ପୋଖରୀରୁ ଉଦ୍ଧାର ହେଲା ଜଣେ ଆଇଟିଆଇ ଛାତ୍ରଙ୍କର ମୃତ ଦେହ। ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ମୃତ ଦେହ । ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଶମେଲ ଗାଁରେ। ମୃତ ଛାତ୍ର ଜଣଙ୍କ ହେଲେ ଦିପୁନ ପ୍ରଧାନ। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ଦିପୁନ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ। ଭୋଜି ସରିବାପରେ ପୋଖରୀ ପଟକୁ ଯାଉଛି ବୋଲି ସାଙ୍ଗମାନଙ୍କୁ କହିଥିଲେ। ତା’ପରେ ସେ ଆଉ ଘରକୁ ଫେରିନଥିଲେ। ଅଧିକ ରାତି ହେବାରୁ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ପୋଖରୀରୁ ଦିପୁନଙ୍କ ମୃତଦେହ ଭାସୁଥିବା ଗ୍ରାବାସୀ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଦିପୁନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ଗାଁର ଜଣେ ଝିଅକୁ ଦିପୁନ ପ୍ରେମ କରୁଥିଲେ। ସେହି ଝିଅର ବାପା ତାଙ୍କୁ ଆଗରୁ ଧମକ ଚମକ ଦେଉଥିଲେ ବୋଲି ପରିବାର ଲୋକେ କହିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେପଟେ ତାଙ୍କ ମୃତ୍ୟୁ କୁ ନେଇ ପରିବାରରେ ଶୋକାକୁଳ ପରିବେଶ ଖେଳି ଯାଇଛି ।

Related Posts