ଏକନାଥ ସିନ୍ଦେଙ୍କ ବିଦ୍ରୋହ ଉପରେ ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା: ଏପରି ସ୍ଥିତି ଲାଗି ରହିଲେ ଅଧିକରୁ ଅଧିକ କଣ ହେବ ? ମହାରାଷ୍ଟ୍ରର ଶାସନ ଭାର ଆମ ହାତରୁ ଖସିଯିବ, ତାଠାରୁ ଅଧିକ ଆଉ କିଛି ହେବନି…

ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ । ସଂକଟରେ ଉଦ୍ଧବ ସରକାର । ତେବେ ଲାଗି ରହିଥିବା ଏହି ସଙ୍କଟ ସ୍ଥିତି ମଧ୍ୟରେ କଣ ହେବ, ସେନେଇ ଛକା ପଞ୍ଝା ଲାଗି ରହିଛି । ଠାକ୍‌ରେ ପରିବାର ହାତରେ ମୁଖ୍ୟମନ୍ତ୍ରୀ ପଦ ରହିବ କି ଯିବ ସେନେଇ କିଛି ସ୍ପଷ୍ଟ ଚିତ୍ର ଆସୁନାହିଁ । ପ୍ରତି ମିନିଟରେ ବଦଳଛୁ ନେତାଙ୍କ ବୟାନବାଜି । ଏସବୁ ଭିତରେ ଶିବସେନାର ବରିଷ୍ଠ ନେତା ସଂଜୟ ରାଉତଙ୍କ ବୟାନ ସାମ୍ନାକୁ ଆସିଛି ।

ସେ କହିଛନ୍ତି ଯେ, କିଛି ଦିନ ହେଲା ମହାରାଷ୍ଟ୍ରରେ ଯାହା ଚାଲିଛି । ସବୁ ଉପରେ ଆମ ପାର୍ଟି ନଜର ରଖିଛି । ଏପିରି ଲାଗି ରହିଲେ ଅଧିକରୁ ଅଧିକ କଣ ହେବ ? ମହାରାଷ୍ଟ୍ରର ଶାସନ ଭାର ଆମ ହାତରୁ ଖସିଯିବ । ତାଠାରୁ ଅଧିକ ଆଉ କିଛି ହେବନି । କିନ୍ତୁ ପାର୍ଟିର ନିଜର ପ୍ରତିଷ୍ଠା ଜାରି ରଖିବ । ଏକନାଥ ସିନ୍ଦେଙ୍କ ଦ୍ୱାରା ହୋଇଥିବା ବିଦ୍ରୋହ ଉପରେ ଏପରି କହିଛନ୍ତି ସଞ୍ଜୟ ରାଉତ ।

ଖବର ଅନୁଯାୟୀ, ମହାରାଷ୍ଟ୍ରର ଶହରୀ ବିକାଶ ମନ୍ତ୍ରୀ ଏକନାଥ ସିନ୍ଦେ ନିଜ ସହ ୪୦ ଜଣ ବାଗୀ ବିଧାୟକଙ୍କୁ ସାଥୀରେ ପ୍ରଥମେ ଗୁଜୁରାଟ , ପରେ ଆସାମରେ ଏକ ହୋଟେଲ ରହିଛନ୍ତି । କଂଗ୍ରେସ ଓ ଏନ୍‌ସିପି ସହ ମେଣ୍ଟ ହେଲେ , ସେ ଯୋଗଦେବେନି ବୋଲି ସ୍ପଷ୍ଟ କରିଛନ୍ତି । ଏହି ପ୍ରସଙ୍ଗ ଉପରେ ସଞ୍ଜୟ ରାଉତଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ କି, ବର୍ତ୍ତମାନ ରାଜ୍ୟପାଳ କରୋନାରେ ସଂକ୍ରମିତ ହୋଇଛନ୍ତି । ଆମେ ଏବେ ବିଧାନସଭାର ସିଟ୍‌ ଗଣିତ ଉପରେ ଚର୍ଚ୍ଚା କରୁଛୁ । ମୁଁ ଏକନାଥ ସିନ୍ଦେଙ୍କ ସହ କଥା ହୋଇଛି । କୌଣସି ଚିନ୍ତାର ବିଷୟ ନାହିଁ, ସମସ୍ତେ ପୂର୍ବ ପରି ଶିବସେନାରେ ହିଁ ରହିବେ । ସିନ୍ଦେ ଆମର ପୁରୁଣା ସାଥୀ ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୮୮ । ବିଜେପି ପାଖରେ ୧୦୬ ଆସନ ରହିଛି ଯେତବେଳେ କି ମେଣ୍ଟ ସରକାର ପାଖରେ ଅଛି ଶିବସେନାର ୫୬, କଂଗ୍ରେସର ୪୪, ଏନସିପିର ୫୩ ବିଧାୟକ । ଯଦି ବିଦ୍ରୋହୀ ବିଧାୟକ ସିନ୍ଧେ ୪୦ ବିଧାୟକଙ୍କ ସହ ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି ତେବେ ମେଣ୍ଟ ସରକାର ବହୁମତ ହରାଇ କ୍ଷମତାଚ୍ୟୁତ ହୋଇଯିବ ।

Related Posts