ପେଗାସସ ବିବାଦ: ଗୃହରେ ଅନୁପସ୍ଥିତ ତିନି କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତିଙ୍କୁ ଦାବି ରଖିଲେ ଶଶି ଥରୁର

sashi tharoor

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ଥମିବାର ନାଁ ନେଉନି ପେଗାସସ ବିବାଦ । ଏନେଇ କଂଗ୍ରେସ ନେତା ତଥା ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦର ଷ୍ଟାଣ୍ଟିଂ କମିଟିର ମୁଖ୍ୟ ଶଶି ଥରୁର ବଡ ପଦକ୍ଷେପ ନେଇଛନ୍ତି । ତେବେ ଗତକାଲି ଲୋକସଭା ବୈଠକରେ ଯୋଗଦେଇଥିବା ତିନିଜଣ କେନ୍ଦ୍ର ମନ୍ତ୍ରଣାଳୟ ପ୍ରତିନିଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଚସ୍ପତି ଓମ ବିର୍ଲାଙ୍କୁ କଂଗ୍ରେସ ନେତା ଶଶି ଥରୁର ଚିଠି ଲେଖିଛନ୍ତି ।

ନାଗରିକଙ୍କ ଉପରେ ଜାସୁସି କରିବା ପାଇଁ ପେଗାସସ ସପ୍ଟୱେର ବ୍ୟବହାର କରିଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ବାରମ୍ବାର ଗୃହରେ ଆଲୋଚନା ସତ୍ତ୍ୱେ କୌଣସି ନିତ୍କର୍ଷ ବାହାରି ପାରୁନାହିଁ । ତେଣୁ ଶଶି ଥରୁର ଆଇଟି ପ୍ୟାନେଲ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଗୃହମନ୍ତ୍ରଣାଳୟ ଏବଂ ଟେଲିକମ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବାଚସ୍ପତିଙ୍କ ନିକଟରେ ଦାବି ରଖିଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ବିଷୟକୁ ନେଇ ଆଲୋଚନା କରିବାକୁ ମଧ୍ୟ ଶାସକ ଦଳର ନେତାମାନେ ରାଜି ହେଉ ନାହାଁନ୍ତି । ଯାହାଫଳରେ ସଭା ହୋଇପାରୁ ନାହିଁ ।

କାହିଁକି ନା ଲୋକସଭାର ୨୧ ଜଣ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି ପ୍ୟାନେଲରେ ଆଲୋଚନା ପାଇଁ ୧୦ ଜଣ ସଦସ୍ୟଙ୍କ ଉପସ୍ଥିତି ଆବଶ୍ୟକ । ମିଳିଥିବା ସୂଚନା ଅନୁଯାୟୀ ଗତ ସଭାରେ ବିଜେପି ସାଂସଦମାନେ ଉପସ୍ଥାନ ରେଜିଷ୍ଟରରେ ଦସ୍ତଖତ ନ କରିବା ପରେ ପ୍ୟାନେଲରେ କେବଳ ୯ ଜଣ ସଦସ୍ୟ ରହିଛନ୍ତି । ଅପରିପକ୍ଷେ ପ୍ୟାନେଲରେ ଥିବା ୩୧ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ବିଜେପିର ହୋଇଥିବାରୁ ଏହି ସଭା ହୋଇପାରୁ ନାହିଁ । ଅନ୍ୟପଟେ ମନ୍ତ୍ରଣାଳୟର ଅଧିକାରୀମାନେ ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ଶଶି ଥରୁର ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହା ସହ ଜୁଲାଇ ୨୦ ସୁଦ୍ଧା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ବୈଠକ ସମ୍ପର୍କରେ ଅବଗତ କରାଯାଇଥିଲା । ଏବଂ ସେମାନଙ୍କର ଅଂଶଗ୍ରହଣ ନିଶ୍ଚିତ କରାଯାଇଥିଲା ବୋଲି କଂଗ୍ରେସ ନେତା ଶଶି ଥରୁର ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି । ଅପରିପକ୍ଷରେ ଜୁଲାଇ ୨୮ ତାରିଖରେ ଅପରାହ୍ନ ପ୍ରାୟ ୩ଟା ସମୟରେ ତିନି ମନ୍ତ୍ରଣାଳୟର ପ୍ରତିନିଧିମାନେ ବିଭାଗ ତରଫରୁ ଇମେଲ ସାହାଯ୍ୟରେ ଯୋଗାଯୋଗ କରିଥିଲେ ବୋଲି ସଚିବାଳୟର କମିଟି ଶାଖା ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହାର ପ୍ରତିକ୍ରିୟା ରଖି ଶଶି ଥରୁର କହିଛନ୍ତି ଯେ ସେମାନେ ଏପରି ନକରି କମିଟି ସମ୍ମୁଖରେ ହାଜର ହେବାକୁ ସମର୍ଥ ହୁଅନ୍ତୁ । କେବଳ ଏତିକି ନୁହେଁ ବରଂ ଗୃହ ସଂସଦ ମନ୍ତ୍ରଣାଳୟ ଅପରାହ୍ନ ୨.୩୩ରେ ଏକ ଇ-ମେଲ ପଠାଇଛି । ଯେଉଁଥିରେ ସସଂଦ ଅଧିବେଶନ ସହ ଜଡିତ ଜରୁରୀ ତଥା ଗରୁତ୍ୱପୂର୍ଣ୍ଣ ପ୍ରତିଶୃତି କାରଣରୁ ବୈଠକରେ ଯୋଗ ଦେବାକୁ ଛାଡ ମଗାଯାଇଛି ବୋଲି କଂଗ୍ରେସ ନେତା କହିଛନ୍ତି । ଏହା ପରେ ଅପରାହ୍ନ ୨.୪୨ରେ ଆଇଟି ମନ୍ତ୍ରଣାଳୟର ପକ୍ଷରୁ ଏକ ମେଲ ଆସିଥିଲା ଯେଉଁଥିରେ ଅଧିକାରୀଙ୍କ ହାଜର ହେବା କଥାକୁ କୁହାଯାଇଥିଲା ।

ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ଉପରେ ମିଳିତ କମିଟି ୨୦୧୯ରେ ଅଧ୍ୟକ୍ଷତାରେ ଅପରାହ୍ନ ୩.୪୫ରେ ବିଲ ଉପରେ ଆଲୋଚନା ଏବଂ ସ୍ପଷ୍ଟୀକରଣ ପାଇଁ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିବାକୁ ଚାହୁଁଛନ୍ତି ବୋଲି ଏହି ମେଲରେ ଦର୍ଶାଯାଇଛି । ସେହିପରି ଅପରାହ୍ନ ୨.୫୨ରେ ଟେଲିକମ ବିଭାଗ ମେଲ କରି କହିଛି ଯେ ଜୁଲାଇ ୨୯ ପାଇଁ ତାଲିକାଭୁକ୍ତ ସଂସଦ ପ୍ରଶ୍ନ ସମ୍ବନ୍ଧୀୟ ଜରୁରୀକାଳୀନ ପ୍ରସଙ୍ଗ ଯୋଗୁଁ ସେକ୍ରେଟେରୀ କମିଟିରେ ହାଜର ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ନେତା ବାଚସ୍ପତିଙ୍କ ନିର୍ଦ୍ଦେଶ ୫୯ (୧)ରେ ଦର୍ଶାଇଛନ୍ତି ଯେ କୌଣସି ପ୍ରସଙ୍ଗରେ କମିଟି ଆଗରେ ପ୍ରମାଣ ଦେବା ଆବଶ୍ୟକ ହେଲେ ମନ୍ତ୍ରଣାଳୟ ଅଥବା ବିଭାଗ ସଚିବ କିମ୍ବା ଏହାର ମୁଖ୍ୟଙ୍କ ଦ୍ୱାରା ପ୍ରତିନିଧିତ୍ୱ ହେବା ଉଚିତ । ଏହାକୁ ବ୍ୟବହାର କରି ଶଶି ଥରୁର ବିର୍ଲାଙ୍କୁ କହିଥିଲେ ଯେ ଚେୟାରମ୍ୟାନ ଭାବରେ ସେ ଏହି ଅଧିକାରୀମାନଙ୍କୁ ଉପସ୍ଥାନରୁ ବାହାନା କରିନାହାଁନ୍ତି ।

ତେବେ ବିଭାଗର କମିଟି ସମ୍ମୁଖରେ ହାଜର ହେବାକୁ ଶେଷ ମୁହୂର୍ତ୍ତରେ ଆଗ୍ରାହ୍ୟ ହୋଇସାରିଛି । ଏହା ସହ ତିନିନେତାଙ୍କର ଏପରି କରି ସଂସଦୀୟ କମିଟିର ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ତେଣୁ ଏହି ବିଷୟରେ ଗମ୍ଭୀର ହୋଇ ନିୟମ ଅନୁଯାୟୀ ଉପଯୁକ୍ତ ବିବେଚିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି । ଅନ୍ୟପଟେ କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଛି ଯେ ସଂସଦରେ ପେଗାସସ ମାମଲାକୁ ନେଇ କୌଣସି ଆଲୋଚନା କରାଯାଉ ନାହିଁ ।

Related Posts