ନୂଆଦିଲ୍ଲୀ : କାଲିଫର୍ନିଆ ଷ୍ଟାନଫର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ହୋଇଛି ଶ୍ରେଷ୍ଠ ବୈଜ୍ଞାନିକ ତାଲିକା । ତେବେ ପ୍ରକାଶିତ ଏହି ତାଲିକାରେ ସ୍ଥାନୀୟ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟ (ଆଇପିୟୁ)ର ସ୍କୁଲ୍ ଅଫ୍ ବେସିକ ଆଣ୍ଡ୍ ଆପ୍ଲାଏଡ୍ ସାଇନ୍ସ ବିଭାଗର ସହାୟକ ପ୍ରାଧ୍ୟାପକ ସତ୍ୟବ୍ରତ ମହାପାତ୍ରଙ୍କ ନାଁ ରହିଛି । ସେ ଲଗାତାର ଭାବେ ତୃତୀୟ ଥର ପାଇଁ ଏହି ତାଲିକାରେ ସାମିଲ
ବୋଇଛନ୍ତି ।
ଡ. ମହାପାତ୍ର ଆଇପିୟୁର ଏକମାତ୍ର ଅଧ୍ୟାପକ ଭାବେ ଚଳିତ ବର୍ଷର ତାଲିକାରେ ସ୍ଥାନ ପାଇଛନ୍ତି।
ଆପ୍ଲାଏଡ୍ ଫିଜିକ୍ସ ଗବେଷଣା କ୍ଷେତ୍ରରେ ତାଙ୍କର ବିଶେଷ ଖ୍ୟାତି ରହିଛି। ଆଇପିୟୁ ଦ୍ବାରା ମଧ୍ୟ ସେ ଅନେକ ଥର ଉଚ୍ଚକୋଟିର ଗବେଷଣା ପାଇଁ ସମ୍ମାନିତ ହୋଇଛନ୍ତି। ସେ ଅନେକ ଅନ୍ତର୍ଜାତୀୟ ଗବେଷଣା ଜର୍ନାଲର ସଂପାଦକୀୟ ଦାୟିତ୍ବରେ ରହିଛନ୍ତି। ଏତଦ୍ ବ୍ୟତୀତ ଆପ୍ଲାଏଡ୍ ଫିଜିକ୍ସ ସମ୍ବନ୍ଧିତ ଦେଶ-ବିଦେଶରେ ଥିବା ଏକାଧିକ କମିଟିରେ ମଧ୍ୟ ସେ ସଦସ୍ୟ ରହିଛନ୍ତି।
