ନୂଆଦିଲ୍ଲୀ : ଆଜି ବନ୍ଦ ରହିବ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର । ଆଜି ୬ ଘଣ୍ଟା ପାଇଁ ବିମାନ ଚଳାଚଳ ବାତିଲ କରାଯାଇଛି ।

ଅକ୍ଟୋବର ୧୮ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିମାନବନ୍ଦରର ୨ଟି ରନ୍‌ୱେ ବନ୍ଦ ରହିବ। ଏହାଦ୍ବାରା ୬ ଘଣ୍ଟା ପାଇଁ ବିମାନବନ୍ଦରରେ କୌଣସି ବିମାନ ଉଡ଼ାଣ କି ଅବତରଣ କରିବନି।

ବିମାନବନ୍ଦରର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆଜି ୬ ଘଣ୍ଟା ରନ୍‌ୱେ ବନ୍ଦ ରହିବ ବୋଲି କୁହାଯାଇଛି। ରକ୍ଷଣାବେକ୍ଷଣ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାପାଇଁ ରନ୍‌ୱେ ବନ୍ଦ ସମୟ‌ରେ ଥିବା ବିମାନ ଗୁଡ଼ିକୁ ଅନ୍ୟ ସମୟ‌ରେ ରଖାଯାଇଛି।

ଏନେଇ ଆଗୁଆ ବିମାନ ବନ୍ଦର ପକ୍ଷରୁ ସୂଚନା ପ୍ରକାଶ ପାଇଛି ।