ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବଢ଼ିଲା ଅଡ଼ୁଆ । ତେବେ ସତ୍ୟେନ୍ଦ୍ରଙ୍କ ସମ୍ପର୍କୀୟଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨.୮୨ କୋଟି ଟଙ୍କା ଓ ଅନେକ ସୁନା ବିସ୍କୁଟ ଜବତ କରିଛି । ଏହି ଚଢାଉ ସମୟରେ ୧୩୩ଟି ସୁନା ବିସ୍କୁଟ ଓ ସୁନା ଟଙ୍କା ଜବତ କରିଛି ଇଡି । ସେପଟେ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଗତ ମେ’ ୩୦ ତାରିଖରେ ଗିରଫ କରିଛି ଇଡି । ଗିରଫ ପରେ ସତ୍ୟେନ୍ଦ୍ରଙ୍କୁ କୋର୍ଟରେ ହାଜର କରିଥିଲା ଇଡି ।
ପରେ ୯ ଜୁନ୍ ପର୍ୟ୍ୟନ୍ତ ଇଡି ହେପାଜତରେ ରହିବାକୁ କୋର୍ଟ ଅନୁମତି ଦେଇଥିଲେ । ଯାଞ୍ଚ ଏଜେନ୍ସିଙ୍କୁ ଭ୍ରୁଆଁ ବୁଲାଇବାକୁ ସତ୍ୟେନ୍ଦ୍ର ପୂର୍ବରୁ ନିଜର ପରିବାରର କିଛି ସଦସ୍ୟଙ୍କୁ ବ୍ୟବହାର କରିଥିଲେ । ଏପରିକି ପରିବାରର ସଦସ୍ୟଙ୍କ ସତ୍ୟେନ୍ଦ୍ରଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ହାସଲ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





