ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ

ମୋହନା : ଗଜପତି ଜିଲ୍ଲା ମୋହନା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମେଡ଼ିକାଲ୍ ନିକଟରେ ପଡ଼ିଛି କୁଢ଼ କୁଢ଼ ଔଷଧ । ସରକାର ନିରାମୟ ଯୋଜନା ରେ ରୋଗୀଙ୍କୁ ମାଗଣାରେ ଔଷଧ ଦେବା ବ୍ୟବସ୍ଥା କରିଛନ୍ତି । ମାତ୍ର ମେଡିକାଲ୍ ପଛପଟେ ଔଷଧ ପଡ଼ିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଚର୍ଚ୍ଚା ଜୋର ଧରିଛି ।

ମୋହନା ମେଡ଼ିକାଲକୁ ଆସୁଥିବା ରୋଗୀ ମାନଙ୍କୁ ବାହାରୁ ଔଷଧ କିଣିବାକୁ କୁହାଯାଉଥିବା ବେଳେ ଅନ୍ୟ ପଟେ ମେଡ଼ିକାଲ ନିକଟରେ କୁଢ଼ କୁଢ଼ ଔଷଧ ପଡିଥିବା ଘଟଣା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ପଡିଥିବା କିଛି ଔଷଧର ବୈଧତା ୨୦୨୨ ଡିସେମ୍ବର ଥିବା ବେଳେ ଅନ୍ୟ କିଛି ଔଷଧ ୨୦୨୩ ପର୍ଯ୍ୟନ୍ତ ବୈଧତା ଥିବା ଦେଖିବାକୁ ମିଳିଛି । ଏତେ ପରିମାଣର ଔଷଧ ଏଭଳି ମେଡ଼ିକାଲ ନିକଟରେ କିଏ ଓ କାହିଁକି ପକାଇଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Posts