ରାଜସ୍ଥାନ ଜୋଧପୁରରୁ ଆସିଲା ଦୁଃଖଦ ଖବର: ବିବାହ ସମାରୋହରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୨ ଶିଶୁ ମୃତ, ୫୦ ରୁ ଅଧିକ ଆହତ

ଜୟପୁର : ଦୁଃଖରେ ପରିଣତ ହେଲା ବିବାହ ସମାରୋହ । ହସ ଖୁସିର ମାହୋଲ କିଛି କ୍ଷଣଙ୍କ ମଧ୍ୟରେ ଦୁଃଖରେ ପରିଣତ ହେଲା । ଫାଟିଲା ଗ୍ୟାସ୍ ସିଲିଣ୍ଡର। ବିସ୍ଫୋରଣ ଯୋଗୁଁ ଚାଲିଗଲା ୨ ଶିଶୁଙ୍କର ଜୀବନ, ଖାଲି ସେତିକି ନୁହେଁ ୫୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜସ୍ଥାନ ଜୋଧପୁରରେ ଘଟିଛି। ଗୁରୁବାର ଭୁଙ୍ଗ୍ରା ଗ୍ରାମରେ ଏକ ବିବାହ ସମାରୋହ ହେଉଥିଲା। ଆଉ ବିବାହ ପାଇଁ ଭୋଜି ପ୍ରସ୍ତୁତ କରାଯାଉଥିବା ସ୍ଥାନରେ ଥିବା ଏକ ଗ୍ୟାସ ସିଲିଣ୍ଡରୁ ଗ୍ୟାସ୍ ଲିକ୍ ହୋଇଥିଲା। ଯାହା ପରେ ସେଥିରେ ନିଆଁ ଲାଗିଯାଇଥିଲା ଏବଂ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ମାତ୍ରା ଏଭଳି ଥିଲା ଯେ, ଏକ କାନ୍ଥ ଭୁଷୁଡ଼ି ପଡ଼ିଥିଲା।

ଘଟଣାକୁ ନେଇ ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି ଯେ, ଆହତ ୬୦ ଜଣଙ୍କ ମଧ୍ୟରୁ ୪୨ ଆହତଙ୍କୁ ଏମଜିଏଚ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଘଟଣାରେ ୧୨ ଜଣ ଅଧିକ ଗୁରୁତର ରହିଛନ୍ତି। ସେମାନଙ୍କର ଚିକିତ୍ସା ଜାରି ରହିଥିବା ନେଇ କହିଛନ୍ତି ଜିଲ୍ଲାପାଳ ହିମାଂଶୁ ଗୁପ୍ତା

Related Posts