SCB ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ହ୍ୟାକ୍

ସତ୍ୟପାଠ 23/12 ବୁଧବାର ସକାଳେ SCB ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି । SCB ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ଖୋଲିବା ପରେ ତାହା ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲା । ମେଡିକାଲ କଲେଜ ଓ ହସ୍ପିଟାଲର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ୱେବସାଇଟ୍‌ରେ ଥିଲା । ଟେଲି ମେଡିସିନ ସେବା ମଧ୍ୟ ଏହାଦ୍ୱାରା ଯୋଗାଇ ଦିଆଯାଉଥିଲା।
ସୂଚନା ଅନୁସାରେ ଆଜି ସକାଳୁ ସକାଳୁ କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ୍‌ ହୋଇଯାଇଥିଲା । ତେବେ ପ୍ରାୟ ୪ ଘଣ୍ଟାର ପରିଶ୍ରମ ପରେ ଉକ୍ତ ୱେବସାଇଟ୍‌ରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ରିଷ୍ଟୋର କରି ଦିଆଯାଇଛି। ତେବେ ୱେବସାଇଟ୍ ହ୍ୟାକ୍ ହେବା ଦ୍ୱାରା ଚାଲୁଥିବା ଦୈନଦିନ ସେବା ବାଧାପ୍ରାପ୍ତ ହୋଇଥିଲେ ବି ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ସାଇବର ଏକ୍ସପର୍ଟଙ୍କ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟର ପରିଶ୍ରମ ପରେ ୱେବସାଇଟ୍କୁ ରିଷ୍ଟୋର କରାଯାଇଛି। ୱେବସାଇଟ୍‌ ହ୍ୟାକ୍‌ ହେବା ଜଣାପଡ଼ିବା ପରେ ତତ୍‌କ୍ଷଣାତ ୱେବସାଇଟ୍ ରିଷ୍ଟୋର କରିବା ଲାଗି ପଦକ୍ଷେପ ନିଆଯାଇଥିଲା । ଏନେଇ ଏପର୍ଯ୍ୟନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳି ନାହିଁ ।

Related Posts