ଏସସିବି ଟ୍ରମା କାଜୁଆଲଟି ଟିକେଟ କାଉଣ୍ଟରରେ କର୍ମଚାରୀଙ୍କ ମଦ ପିଉଥିବା ଭିଡିଓକୁ ନେଇ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ କର୍ମଚାରୀ

କଟକ: ଏସସିବି ଟ୍ରମା କାଜୁଆଲଟି ଟିକେଟ କାଉଣ୍ଟରରେ କର୍ମଚାରୀଙ୍କ ମଦ ପିଉଥିବା ଭିଡିଓକୁ ନେଇ କାର୍ଯ୍ୟନୁଷ୍ଠାନ । କର୍ତ୍ତୃପକ୍ଷ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଲିଫ୍ଟ ଅପରେଟର (ଠିକା କର୍ମଚାରୀ) ସନ୍ତୋଷ ନାୟକଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଏସସିବିର ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତ।

ସୂଚନାଯୋଗ୍ୟ, ଏସସିବି ଟ୍ରମା କାଜୁଆଲଟି ଟିକେଟ କାଉଣ୍ଟରରେ ଜଣେ ମହିଳା କର୍ମଚାରୀ ବସିଥିବା ବେଳେ ମଦ ପିଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବା ପରେ ଏସସିବି କର୍ତ୍ତୃପକ୍ଷ ତଦନ୍ତ କରିବା ସହ ମଦ ପିଉଥିବା ଯୁବକ ଲିଫ୍ଟ ଅପରେଟର ସନ୍ତୋଷ ଦାସ ବୋଲି ଜାଣିବାକୁ ପାଇଥିଲେ।

ସନ୍ତୋଷ ସର୍ଭିସ ପ୍ରୋଭାଇଡର ଅଧୀନରେ କାର୍ଯ୍ୟ କରୁଥିଲେ। ତେବେ ଏଭଳି କାର୍ଯ୍ୟ ପାଇଁ ଲିଫ୍ଟ ଅପରେଟର ସନ୍ତୋଷଙ୍କୁ କାର୍ଯ୍ଯରୁ ସସପେଣ୍ଡ କରାଯିବା ସହ ସର୍ଭିସପ୍ରୋଭାଇଡର ମୁଖ୍ଯଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ।

Related Posts