ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ, ପଢନ୍ତୁ କେଉଁ ସମୟରେ କଣ ହେବ

ପୁରୀ: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସିଖବର । ଛତିଶାନିଯୋଗ ବୈଠକରେ ନିଆଗଲା ବଡ ନିଷ୍ପତ୍ତି । ଉଭୟ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ ନିର୍ଦ୍ଧାରଣ କରାଗଲା । ସେବାୟତ ମାନଙ୍କୁ ଆଚରଣ ଓ ଉତ୍ତାରଣ ଧ୍ୟାନ ଦେବାକୁ ଆଲୋଚନା ହୋଇଛି । ୧୫ ଦିନ ଅଣସର ଘରେ ରହିବେ ମହାପ୍ରଭୁ । ଶ୍ରୀଜିଉଙ୍କୁ ଅତି ପାଖରୁ ଦର୍ଶନ କରିବେ ଭକ୍ତ ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୧୪ରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠତ ହେବ । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି କରାଯିବ । ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ ଏବଂ ୬ଟାରେ ଶେଷ ହେବ । ସକାଳ ୯ଟା୩୦ରୁ ୧୧ଟା୩୦ ମଧ୍ୟରେ ଜଳ ବିଜେ ଓ ପୂଜା କରାଯିବ ।

ସେହିପରି ୧୨ଟା ୧୫ରେ ଛେରା ପହଁରା ଏବଂ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ହାତୀ ବେଶ ସରିବ । ସକାଳେ ପରମାଣିକ ଟିକେଟ ଦର୍ଶନ ହେବ । ସ୍ନାନମଣ୍ଡପରେ ୩ ଘଣ୍ଟା ଧରି ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ ମିଳିବ । ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ । ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ କରିପାରିବେ । ରାତି ୧୦ଟାରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ ଏବଂ ରାତି ୧ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।

ନୀତିକାନ୍ତି କିଭଳି ଶୃଙ୍ଖଳିତ ରହିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି

ପ୍ରାତଃ ସମୟରୁ କିଭଳି ସ୍ନାନମଣ୍ଡପକୁ ମହାପ୍ରଭୁ ଆସିବେ ସେନେଇ ଆଲୋଚନା ହୋଇଛି

ଶାନ୍ତି ଶୃଙ୍ଖଳାର ସହ ଭକ୍ତ କିଭଳି ମହାପ୍ରଭୁଙ୍କ ଦର୍ଶନ କରିବେ ସେନେଇ ବ୍ୟବସ୍ଥା ହୋଇଛି |

Related Posts