ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା: ଦ୍ରୁତଗାମୀ ହାଇଓ୍ଵା ଧକ୍କାରେ ତିନି ଜଣ ବାଇକ୍‌ ଆରୋହୀ ମୃତ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ପେଟ୍ରୋଲ ପମ୍ପ ସାମ୍ନା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା | ଦ୍ରୁତଗାମୀ ହାଇଓ୍ଵାର ଶକ୍ତ ଧକ୍କାରେ ତିନି ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ | ଆଜି ଅପରାହ୍‌ଣରେ ଘଟିଛି ଏହି ଦୁର୍ଘଟଣା | ମୃତ ୩ ଜଣ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ବୋଲି ଜଣାପଡ଼ିଛି | ତେବେ ଜଣେ ଯୁବକଙ୍କ ପରିଚୟ ମିଳିପାରିଥିବା ବେଳେ, ଅନ୍ୟ ଦୁଇ ଜଣ ଯୁବକଙ୍କ ପରିଚୟ ମିଳିନାହିଁ |

ସୂଚନା ଅନୁସାରେ ଯୁଯୁମୁରା ଥାନା ଅନ୍ତର୍ଗତ ନୂଆବରଙ୍ଗାମାଳ ପଞ୍ଚାୟତର ଖଇରମାଳ ଗ୍ରାମର ଗୌତମ ସାହୁ ଓ ଅନ୍ୟ ୨ ଜଣ ଯୁବକ ସ୍ଥାନୀୟ ଅଞ୍ଚଳରେ ଏକ କ୍ରସରରେ କାମ କରନ୍ତି। ଆଜି ସେମାନେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌ (ଓଡି ୧୫ କ୍ୟୁ ୯୯୭୦)ରେ ସମ୍ବଲପୁର ପାର୍ଶ୍ୱରୁ ଯୁଯୁମୁରା ଅଭିମୁଖେ ଯାଉଥିଲେ। ଅପରାହ୍ନ ୩ଟା ୧୦ ମିନିଟରେ ଭବାନୀପାଲି ପେଟ୍ରୋଲ ପମ୍ପ ନିକଟରେ ଏକ ଦ୍ରୁତଗାମୀ ହାଇଓ୍ଵା (ଓଡି ୧୫ବି ୫୬୬୦) ସେମାନଙ୍କୁ ପଛପଟରୁ ଶକ୍ତ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀ ଜାତୀୟ ରାଜପଥରୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ହାଇଓ୍ଵା ଚାଳକ ମଧ୍ୟ ଗୁରୁତର ଅଛନ୍ତି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ହାଇଓ୍ଵା ଚାଳକଙ୍କୁ ଅଟକ ରଖିଛନ୍ତି।

Related Posts