ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନିକିଆ ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଲୋୟର ପିଏମ୍‌ଜିରେ ଜାରି ହେଲା ୧୪୪ ଧାରା । ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତେବେ ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଆଲୋଚନା ପାଇଁ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ବସିବ। ଆସନ୍ତା ୩୦ ତାରିଖରେ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ହେବ । ଦିନ ୧୧ଟାରୁ ସ୍ୱତନ୍ତ୍ର ଅଧିବେଶନ ବସିବ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ଭାରତର ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ଉପରେ ଆଲୋଚନା ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ସୁରକ୍ଷା ପାଇଁ STU, ଡଗ ସ୍କ୍ବାଡ, ବମ ସ୍କ୍ବାଡ ସହ ଅଗ୍ନିଶମ ବିଭାଗକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି।