ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ; ୬ ନକ୍ସଲ ନିହତ

ଭୁବନେଶ୍ୱର,୨୭/୩(ସତ୍ୟପାଠ ବ୍ୟୁରୋ):  ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଛତିଶଗଡ଼ ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଯବାନଙ୍କ ଗୁଳିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ଡିଆରଜି, ସିଆରପିଏଫ୍ ୨୨୯ ଓ କୋବ୍ରା ବାହିନୀ ମିଳିତ ଅପରେସନ୍ କରୁଥିବା ବେଳେ ନକ୍ସଲଙ୍କ ସହ ଗୁଳିବିନିମୟ ହୋଇଥିଲା ।

ଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ (DRG), ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଏବଂ କୋବ୍ରା (କମାଣ୍ଡୋ ବାଟାଲିଅନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍) ର କର୍ମଚାରୀମାନେ ସମ୍ପୃକ୍ତ ଥିଲେ । ଗୁଳି ବର୍ଷଣ ବନ୍ଦ ହେବା ପରେ ଘଟଣାସ୍ଥଳରୁ ଜଣେ ମହିଳାଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ମିଳିଛି ।

Related Posts