ତିହାର ଜେଲ୍‌ରେ ଅନଶନ ଭାଙ୍ଗିଲା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ

ନୂଆଦିଲ୍ଲୀ: ଅନଶନ ଭାଙ୍ଗିଲା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ । ତିହାର ଜେଲ୍‌ରେ ଦୀର୍ଘ 10 ଦିନ ହେବ ଆମରଣ ଅନଶନ ଦେଇଥିବା ବେଳେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ଏବେ ଭାଙ୍ଗିଛି । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଡ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛି ୟାସୀନ ମଲ୍ଲିକ ।

ଜେଲ୍ ଡିଜିଙ୍କ ଅନୁରୋଧ ପରେ ୨ ମାସ ପାଇଁ ଅନଶନ ସ୍ଥଗିତ ରହିଛି । ଜୁଲାଇ ୨୨ ତାରିଖରୁ ତିହାର ଜେଲ୍‌ରେ ଅନଶନରେ ବସିଥିଲେ ୟାସିନ୍ । ଜାମ୍ମୁ କୋର୍ଟରେ ହାଜର ପାଇଁ କେନ୍ଦ୍ର ଅନୁମତି ନ ଦେବା ପରେ ଅନଶନ କରିଥିଲେ ଏହି ବିଚ୍ଛିନ୍ନତାବାଦୀ ନେତା ।

ମିଳିଥିବା ସୂଚନା ଅନୁସାରେ, ତିହାର ଜେଲର ସେଲ ନମ୍ବର-7 ରେ ରହୁଥିଲା ୟାସୀନ । ଜୁଲାଇ 22ରୁ 10 ଦିନ ହେବ ଅନଶନରେ ବସିରହିଥିଲା ୟାସିନ । କିଛି ଖାଦ୍ୟ ଗ୍ରହଣ କରିନଥିଲା । ଅନଶନର 4ଦିନ ପରେ ସେ ଅସୁସ୍ଥ ହୋଇ ପଡିଥିଲା । ରକ୍ତଚାପ ଓ ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ପରେ ତାକୁ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । ଆଜି 10 ଦିନ ପରେ ଅନଶନ ଭାଙ୍ଗିଛି ୟାସିନ ।

ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ମୁଖ୍ୟ ନିହତୟାସୀନ ମଲ୍ଲିକ ଚଳାଉଥିବା ସଂଗଠନ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟକୁ (JKLF) 2019ରେ ବ୍ୟାନ ଘୋଷଣା କରିବା ସହ ତାକୁ ଗିରଫ କରାଯାଇଥିଲା । ଚଳିତ ବର୍ଷ ମେ’ 19 ତାରିଖରେ ତାକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ଘୋଷଣା କରାଯାଇଥିଲ । ଆଜୀବନ ଜେଲଦଣ୍ଡ ସହ 10 ଲକ୍ଷ ଟଙ୍କାର ଜରିମାନା ଶୁଣାଇଥିଲେ ସ୍ବତନ୍ତ୍ର NIA କୋର୍ଟ । ସେବେଠାରୁ ୟାସିନ ଦିଲ୍ଲୀର ତିହାର ଜେଲରେ ବନ୍ଦ ରହିଛି।

Related Posts