ରାଜ୍ୟରେ କାୟା ବିସ୍ତାର କରୁଛି କର୍କଟ ରୋଗ; ପ୍ରତିଦିନ ୩୨ ଜଣ କର୍କଟ ରୋଗୀଙ୍କର ଯାଉଛି ଜୀବନ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରୁଛି କର୍କଟ ରୋଗ । ପ୍ରତିଦିନ ୩୨ ଜଣ କର୍କଟ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି । ଗତ ୩ ବର୍ଷରେ ୯୨ ହଜାର ୬୯୯ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୧ ହଜାର ୬୯୨ ଜଣ କର୍କଟ ରୋଗୀଙ୍କ ମୃତ୍ୟୁ ହୋଇଛି । ୨୦୨୧-୨୨ରେ ୩୩ ହଜାର ୭୫୭ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ ହଜାର ୨୭୭ ଜଣଙ୍କ ମୃତ୍ୟୁ ହୋଇଛି ।ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ କର୍କଟ ରୋଗର ଉନ୍ନତମାନର ଚିକିତ୍ସା ପାଇଁ ରୋଗୀଙ୍କ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ସହ କର୍କଟ ଶଲ୍ୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଏହା ବାଦ୍ ୧୧ଟି ଉନ୍ନତମାନର କର୍କଟ ରୋଗ ନିରୁପଣ ଓ ଚିକିତ୍ସାକେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଝାରସୁଗୁଡ଼ାରେ ମଧ୍ୟ ୧୨୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ସଦର ମହକୁମା ଚିକିତ୍ସାଳୟମାନଙ୍କରେ ୩୨ଟି ସ୍ଥାନରେ ତାଲିମପ୍ରାପ୍ତ ଡାକ୍ତର ଓ ନର୍ସଙ୍କ ଦ୍ୱାରା ଡେ କେୟାର କେମୋ ଥେରାପି ସେଣ୍ଟର୍ ରେ କର୍କଟ ରୋଗୀଙ୍କୁ କେମୋଥେରାପି ଚିକିତ୍ସା ପ୍ରଦାନ କରାଯାଉଛି ।

Related Posts