ବିଜେପି ଉପରେ ବଡ ଅଭିଯୋଗ ଆଣିଲେ ଶିବସେନା ମୁଖ୍ୟ ଉଦ୍ଦବ ଠାକରେ: ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଚାଲିଥିବା ମହାନାଟକ ମଧ୍ୟରେ ଉଦ୍ଧବ ଠାକରେଙ୍କୁ ଗୋତିଏଓ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି | ବାରମ୍ବାର ପରାଜୟ ର ସାମ୍ନା କରୁଥିବା ବେଳେ, ଶିବସେନା ମୁଖ୍ୟ ଉଦ୍ଦବ ଠାକରେ ବିଜେପି ଉପରେ ବଡ ଅଭିଯୋଗ ଆଣିଛନ୍ତି । ବିଜେପି ତାଙ୍କ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ଏହାସହ ବିଜେପିକୁ ସାନି ନିର୍ବାଚନ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ଉଦ୍ଧବ ।

ଶିବସେନା ଭବନରେ ଜିଲ୍ଲା ସଭାପତିଙ୍କ ବୈଠକରେ ଉଦ୍ଧବ କହିଛନ୍ତି ଯେ, ବିଧାନସଭାକୁ ମନମାନି ଢଙ୍ଗରେ ଚଲାଇବା ସମ୍ବିଧାନ ପ୍ରତି ଅଫମାନ ସଦୃଶ ଅଟେ । ଯଦି ସିନ୍ଦେ ଓ ବିଜେପି ଲଢେଇ କରିବାକୁ ଚାହୁଁଛନ୍ତି ତେବେ କିଛି ଅସୁବିଧା ନାହିଁ । ବିଜେପି ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି । ବିଜେପିର ଦମ୍ ଥିଲେ ସାନି ନିର୍ବାଚନ କରୁ । ଯଦି ସେ ଭୁଲ ଥିବେ ତେବେ ଲୋକେ ହିଁ ଘରକୁ ପଠାଇଦେବେ । ଯଦି ବିଜେପି-ଏକନାଥ ଭୁଲରେ ଅଛନ୍ତି ଲୋକେ ଏହାର ଜବାବ ଦେବେ ।

ଏହାସହ ଉଦ୍ଧବ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ସମ୍ବିଧାନକୁ ପାଳନ କରାଯାଉ ନାହିଁ । ତେବେ ସେ ଜିଲ୍ଲା ସଭାପତିଙ୍କୁ ଦଳ ସହ ରହିବାକୁ ନିବେଦନ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଗତମାସରେ ସିନ୍ଦେଙ୍କ ଗୋଷ୍ଠୀ ବିଦ୍ରୋହ କରିଥିଲା । ସିନ୍ଦେଙ୍କ ସହ ଶିବସେନାର ଅନେକ ବିଧାୟକ ବିଦ୍ରୋହୀ ହୋଇଯାଇଥିଲେ । ଫଳରେ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି ବହୁମତ ହରାଇଥିଲା । ବାଧ୍ୟ ହୋଇ ଉଦ୍ଧବଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ପରେ ସିନ୍ଧେ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲେ |

Related Posts