ମୁମ୍ବାଇ: ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ । ଏନେଇ ଶାସକ ଓ ବିରୋଧୀଂକ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ପାଇଥିବା ବେଳେ, ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଶାସକ NDA ମେଣ୍ଟ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ବିରୋଧୀ ମେଣ୍ଟ ମାର୍ଗରେଟ ଅଲଭାଙ୍କୁ ସେମାନଙ୍କ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ।
ତେବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପୂର୍ବରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ସାରିଥିବା ଶିବସେନା କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ସମର୍ଥନ ଦେବ । ଏନେଇ ଦଳର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି ।
ରାଉତ କହିଛନ୍ତି, “ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁ ଜଣେ ଆଦିବାସୀ ମହିଳା । ତେଣୁ ତାଙ୍କ ପ୍ରତି ଦେଶରେ ଭିନ୍ନ ଏକ ସମ୍ବେଦନଶୀଳତା ଦେଖିବାକୁ ମିଳିଛି । ଶିବସେନାର ଅନେକ ବିଧାୟକ ଓ ସାସଂଦ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ପୃଷ୍ଠଭୂମିରୁ ରହିଛନ୍ତି । ତେଣୁ ଶିବସେନା ଦ୍ରୌପଦୀଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେଇଛି । କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ସମର୍ଥନ ଦେବ ।”
