ପଢାବହିରେ ସାମିଲ ହେବ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଜୀବନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଢାବହିରେ ସାମିଲ ହେବ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଜୀବନୀ । ତେବେ ସରକାରୀ ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମର ୩ ଜଣ ବଳିଷ୍ଠ ନେତାଙ୍କ ଜୀବନୀକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତାବ ଅନୁଯାୟୀ, ଦଳର ପ୍ରତିଷ୍ଠାତାମାନଙ୍କ ବାବଦରେ ଛାତ୍ରଛାତ୍ରୀଙ୍କୁ ଜଣାଇବା ପାଇଁ ପ୍ରୟାସ କରାଯିବ | ଏଥିରେ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ବ୍ୟତୀତ ଦିବଂଗତ ବିନୋଦ ବିହାରୀ ମହୋତୋ ଏବଂ ଦିବଂଗତ ନିର୍ମଳ ମହତୋଙ୍କ ବାବଦରେ ଆସନ୍ତା ବର୍ଷଠାରୁ ସିଲାବସରେ ଅନ୍ତର୍ଭୁକ୍ତ ହେବ।

ସେପଟେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହୋତୋ କହିଛନ୍ତି ଯେ ଝାଡ଼ଖଣ୍ଡକୁ ଅଲଗା ରାଜ୍ୟ କରିବା ପାଇଁ ଏହି ନେତାମାନେ ଅନେକ ବଳିଦାନ ଦେଇଛନ୍ତି, ରାଜ୍ୟର ନୂତନ ପିଢିଙ୍କୁ ସେମାନଙ୍କ ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଉଛି। ଏ ସମ୍ପର୍କରେ ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗକୁ ଏକ ଚିଠି ଲେଖି ଆବଶ୍ୟକ କାର୍ଯ୍ୟ ଶେଷ କରିବାକୁ କହିଛନ୍ତି। କେଉଁ ନେତାଙ୍କ ଜୀବନୀ କେଉଁ ଶ୍ରେଣୀରେ ଶିକ୍ଷା ଦିଆଯିବ ତାହା ସ୍ଥିର କରାଯାଇ ନାହିଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts