ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନ୍‌ଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି ।ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟଙ୍କ ସହିତ କଥା ହୋଇଛନ୍ତି । ଜଗଦୀପ୍‌ଙ୍କୁ ସମର୍ଥନ ଦେବା ପାଇଁ ମୋଦୀ ନବୀନ୍‌ଙ୍କୁ ନିବେଦନ କରିଥିଲେ ।

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଜଗଦୀପଙ୍କ ନାମାଙ୍କନ ସମୟରେ ମଧ୍ୟ ବିଜେଡିର ସାଂସଦ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଜଣାପଡ଼ିଛି ।

Related Posts