ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଶିବପାଲ ସିଂ ଯାଦବ: ବିଜେପିରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା

ଲକ୍ଷ୍ନୌ: ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି (ପିଏସପି) ଗଠନ କରିଥିବା ମୁଖ୍ୟ ଶିବପାଲ ସିଂ ଯାଦବ | ଯୋଗୀ ଆଦିତ୍ୟନାଥଙ୍କ ବାସଭବନକୁ ଯାଇ ସେ ତାଙ୍କଯଉଁ ଭେଟ କରିଛନ୍ତି | ସେପଟେ ଏହି ଭେଟ ଘାଟ କୁ ନେଇ ଜୋର ଧରିଛି ଚର୍ଚା | ତେବେ ଶିବପାଲ ସିଂ ଯାଦବଙ୍କ ନିକଟତମ ମହଲ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି |

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କୁ ନେତା ନିର୍ବାଚନ ଅବସରରେ ବୈଠକକୁ ନିମନ୍ତ୍ରଣ କରି ନଥିଲେ। ଏହାକୁ ନେଇ ସେ ଅଖିଳେଶଙ୍କ ଉପରେ କ୍ରୋଧିତ ଥିବା କୁହାଯାଉଛି। ଏଣେ ଶିବପାଲ ସିଂ ଯାଦବ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ଲାଗି ମନବଳାଇଛନ୍ତି। ଅମିତ ଶାହାଙ୍କ ସହ ସାକ୍ଷାତ ଆଲୋଚନା ପରେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିରୁ ବିଦାୟ ନେଇ ନିଜ ଦଳ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଗଠନ କରିଥିବା ମୁଖ୍ୟ ଶିବପାଲ ଯାଦବ ପୁଣି ଥରେ ଅଖିଳେଶଙ୍କ ସହ ନିର୍ବାଚନ ଲଢ଼ିଥିଲେ। ସେ ବିଜୟୀ ବି ହୋଇଥିଲେ। କିନ୍ତୁ ସେ ସମାଜବାଦୀ ପାର୍ଟିର ନିର୍ବାଚନ ଚିହ୍ନ ସାଇକେଲରେ ଲଢ଼ି ପ୍ରାର୍ଥୀ ହୋଇଥିଲେ।

Related Posts