(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମାର୍ଚ୍ଚ ୨୪, ୨୦୧୫ରେ ସୁପ୍ରିମକୋର୍ଟ ଦ୍ବାରା ରଦ୍ଦ ହୋଇଥିବା ଆଇଟି ଆକ୍ଟର ଧାରା ୬୬ଏ ଏବେବି ଲୋକ ମାନଙ୍କ ଉପରେ ଲାଗୁ ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ପିପୁଲ ୟୁନିଅନ ଫର ସିଭିଲ ଲିବର୍ଟିଜ (ପିୟୁସିଏଲ) ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାର ଶୁଣାଣି କରି ଜଷ୍ଟିସ ଆର ନରିମନ, କେଏମେ ଜୋସେଫ୍ ଏବଂ ବିଆର ଗଭାଇ କହିଛନ୍ତି, ଶ୍ରେୟା ସିଙ୍ଘଲ ରାୟ ୨୦୧୫ ର ଅଟେ । ଆଶ୍ଚର୍ଯ୍ୟ ଲାଗୁଛି ଯାହା ବି ହେଉଛି ? ଯାହା ଘଟୁଛି ତାହା ଅତ୍ୟନ୍ତ ଭୟଙ୍କର ଅଟେ। ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ସୁପ୍ରିମକୋର୍ଟ ଏହି ଆକ୍ଟକୁ ରଦ୍ଦ କରିଥିବା ସତ୍ତ୍ୱେ ସାରା ଦେଶର ପୁଲିସ ୬୬ ଏ କୁ ବ୍ୟବହାର କରି ମାମଲା ରୁଜୁ କରୁଛନ୍ତି। ସୂଚନାଯୋଗ୍ୟ ଯେ ଯେଉଁମାନେ ଫେସବୁକରେ କିଛି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ ଧାରା ୬୬ଏକୁ ପୁଲିସ ବ୍ୟବହାର କରୁଛି। ପିୟୁସିଏଲ ଏ ବାବଦରେ ଏକ ଆବେଦନ କରିଥିଲେ , ସୁପ୍ରିମକୋର୍ଟ ପ୍ରଥମେ ବିଚାର କରି ଏ ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ। ଏହି ଆକ୍ଟ ଅନୁଯାୟୀ କେତୋଟି ମାମଲା ରୁଜୁ ହୋଇଛି ସେ ନେଇ କୋର୍ଟ ଜବାବ ମାଗିଛନ୍ତି।ପିୟୁସିଏଲ ପକ୍ଷରୁ କେସ୍ ଲଢୁଥିବା ଓକିଲ ସଞ୍ଜୟ ପାରିଖ କୋର୍ଟରେ ପକ୍ଷ ରଖି କହିଛନ୍ତି, ଏହି ଧାରା ରଦ୍ଦ ହେବା ସତ୍ତ୍ୱେ ବ୍ୟବହାର ହେଉଛି। ତେଣୁ ସାରା ଦେଶରେ ଏହି ଆକ୍ଟ ଅନୁଯାୟୀ ମୋଟ୍ କେତୋଟି ମାମଲା ରୁଜୁ ହୋଇଛି ସେ ନେଇ କେନ୍ଦ୍ରକୁ ଜବାବ ମାଗିବା ଦରକାର ବୋଲି ସେ ନିବେଦନ କରିଛନ୍ତି। ସେ କହିଛନ୍ତି ଏହି ଆକ୍ଟ ରଦ୍ଦ ହେବା ପୂର୍ବରୁ ୧୧ଟି ରାଜ୍ୟରେ ୨୨୯ଟି କେସ ପେଣ୍ଡିଂ ଥିଲା। କିନ୍ତୁ ଏହି ଧାରା ରଦ୍ଦ ହେବା ପରେ ୧,୩୦୭ଟି ମାମଲା ରୁଜୁ ହୋଇଛି। ୫୦୭ଟି କେସ୍ ପେଣ୍ଡିଂ ରହିଛି। ସଞ୍ଜୟ ପାରିଖ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଶର ସମସ୍ତ ଜିଲ୍ଲା କୋର୍ଟ ଏବଂ ପ୍ରଶାସନକୁ ଏହି ଆକ୍ଟ୍ ରଦ୍ଦ ହୋଇଥିବା ନେଇ ନୋଟିସ୍ ପଠାଇବାକୁ ୨୦୧୯ ପେବୃଆରୀ ୧୫ ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାପରେ ବି ୬୬ ଏ ରଦ୍ଦ ହେଉଛି। ତେବେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଧାରା ୬୬ଏ ରଦ୍ଦ ହୋଇଥିଲେ ସୁଦ୍ଧା ପୁଲିସ ମାମଲା ରୁଜୁ କରିବାକୁ ହେଲେ ଏହି ଧାରାର ବ୍ୟବହାର କରିବାକୁ ହେବ। ତେଣୁ ସୁପ୍ରିମକୋର୍ଟ ଧାରା ୬୬ଏ ରଦ୍ଦ କରିବାବେଳେ ବ୍ରାକେଟ ରଖି ନିର୍ଦ୍ଦେଶ ଦେବା ଦରକାର ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୪ ମାର୍ଚ୍ଚ ୨୦୧୫ ରେ ଶିବସେନା ପ୍ରତିଷ୍ଠାତା ବାଲା ଠାକରେଙ୍କ ମୃତ୍ୟୁ ସମୟରେ ଦୁଇ ଦିନ ପାଇଁ ମୁମ୍ୱାଇ ବନ୍ଦ ଥିଲା। ଏହି ବନ୍ଦକୁ ପ୍ରତିବାଦ କରି ଫେସବୁକରେ ଦୁଇ ଜଣ ମହିଳା ପୋଷ୍ଟ୍ କରିଥିଲେ। ପରେ ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରିଥିଲା। ଏହାକୁ ବିରୋଧ କରି ଜଣେ ଆଇନ ଛାତ୍ର ମାମଲା ଦାୟର କରିଥିଲେ। ପରୋ କୋର୍ଟ ମାମଲାର ଶୁଣାଣି କରି ମାର୍ଚ୍ଚ ୨୪, ୨୦୧୫ରେ ଧାରା ୬୬ଏକୁ ରଦ୍ଦ କରିଥିଲେ।
ଆଇଟି ଆକ୍ଟର ଧାରା ୬୬ଏ କଣ ?
ସୂଚନା ପ୍ରଯୁକ୍ତି ଅଧିନିୟମ, ୨୦୦୦ ରେ ଧାରା ୬୬ଏ
୭୨ [ ଧାରା ୬୬ ଏ ଅନୁଯାୟୀ କମ୍ପ୍ୟୁଟର କିମ୍ବା ଅନ୍ୟ ସଂଚାର ମାଧ୍ୟମରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ଏକ ଦଣ୍ଡନୀୟ ଅପରାଧ-
(କ) ଯେକୌଣସି ସୂଚନା ଯାହା ଅତ୍ୟଧିକ ଆପତ୍ତିଜନକ ତାହା ପୋଷ୍ଟ କରିବା ବିପଦପୂର୍ଣ୍ଣ ।
(ଖ) କୌଣସି ବି ସୂଚନା ଯାହା ମିଥ୍ୟା ବୋଲି ଜାଣନ୍ତି, କିନ୍ତୁ କ୍ରମାଗତ ଭାବରେ ଏହିପରି କମ୍ପ୍ୟୁଟର କିମ୍ବା ଅନ୍ୟ ସଞ୍ଚାର ଉପକରଣ ବ୍ୟବହାର କରି ବିରକ୍ତିକର , ଅସୁବିଧା, ବିପଦ, ଆପତ୍ତିଜନକ, ଅପମାନ, ଆଘାତ, ଅପରାଧିକ ଭୟ, ଶତ୍ରୁତା, ଘୃଣା କିମ୍ବା ଅନିଚ୍ଛା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ;
(ଗ) କୌଣସି ବୈଦ୍ୟୁତିକ ମେଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମେଲ୍ ବାର୍ତ୍ତା ଯାହା ଦ୍ବାରା ସମାଜରେ ବିଭ୍ରାନ୍ତି ଏବଂ ଅସୁବିଧା ସୃଷ୍ଟି କରିବାର ଆଶଙ୍କା ରହିଛି ସେହି ପୋଷ୍ଟର ଉତ୍ପତ୍ତି କିମ୍ବା ପ୍ରାପ୍ତକର୍ତ୍ତା ଉଭୟ ଆଇନ ଅନୁଯାୟୀ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହ ଜୋରିମାନାର ପ୍ରାବଧାନ ରହିଛି।
“ଇଲେକ୍ଟ୍ରୋନିକ୍ ମେଲ୍” ଏବଂ “ଇଲେକ୍ଟ୍ରୋନିକ୍ ମେଲ୍ ବାର୍ତ୍ତା” ଅର୍ଥ ହେଉଛି ଏକ ସନ୍ଦେଶ କିମ୍ବା ସୂଚନା ଯାହା କମ୍ପ୍ୟୁଟର, ବା ସଞ୍ଚାର ଯନ୍ତ୍ର ମାଧ୍ୟମରେ ଟେକ୍ସଟ୍ , ଫଟୋ , ଅଡିଓ, ଭିଡିଓ ଏବଂ ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ରେକର୍ଡ ମଧ୍ୟ ହୋଇପାରେ।