ମାନବିକତା ଦେଖାଇଲେ ବିଏସଏଫ୍ ଯବାନ, ଅସୁସ୍ଥ ବୃଦ୍ଧଙ୍କୁ ଖାଟିଆରେ କନ୍ଧେଇ ନେଲେ ମେଡିକାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁର୍ଗମ ଅଞ୍ଚଳରେ ଅନେକ ଥର ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସୁରକ୍ଷା ଦାୟିତ୍ବରେ ଥିବା ଯବାନ। ସେହିଭଳି ପୁଣି ନିଜ ମହାନତାର ପରିଚୟ ଦେଇଛନ୍ତି ଜଣେ ବିଏସଏଫ୍ ଯବାନ । ଅସୁସ୍ଥ ବୃଦ୍ଧଙ୍କୁ ଖଟିଆରେ କନ୍ଧେଇ ପାହାଡିଆ ରାସ୍ତାରେ ମେଡିକାଲ ଆଣିଛନ୍ତି ଯବାନ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଡାବୁଗୁଡ଼ା ଗାଁରେ ଦେଖିବାକୁ ମିଳିଛି ଯବାନଙ୍କ ଏପରି ମାନବିକତାର ଚିତ୍ର ।

ଗାଁର ୭୦ ବର୍ଷୀୟ ବୃଦ୍ଧ ଦାମୋଦର ଶିଶା ଜ୍ୱରରେ ପୀଡ଼ିତ ଥିବାରୁ ଚାଲିଚାଲି ମେଡିକାଲ ଯାଉଥିଲେ । ଖଇରପୁଟର ୧୫୧ ବିଏସଏଫ ବାଟାଲିୟନର ଯବାନ କମ୍ବିଂ ଅପରେସନ ସମୟରେ ବୃଦ୍ଧଙ୍କ ଦୟନୀୟ ଅବସ୍ଥା ଦେଖି ନିଜକୁ ରୋକିପାରିନଥିଲେ । ସଙ୍ଗେ ସଙ୍ଗେ ଯବାନ ଏକ ଖଟିଆ ସହାୟତାରେ ବୃଦ୍ଧଙ୍କୁ ଶୁଆଇ ନିଜ କାନ୍ଧରେ ବୋହି ବୋହି ମେଡିକାଲ ପର୍ଯ୍ୟନ୍ତ ଚାଲିଚାଲି ଆସିଥିଲେ । ପାଖାପାଖି ୧୨ କିଲୋମିଟର ପାହାଡିଆ ରାସ୍ତାରେ ଯବାନ ଜଣକ ବୃଦ୍ଧଙ୍କୁ ଖଟିଆରେ ବୋହି ମେଡିକାଲରେ ପହଂଚାଇଥିଲେ ।

ଯବାନଙ୍କ ମାନବିକତା ଯୋଗୁଁ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି । ପରିବାର ଲୋକେ ମଧ୍ୟ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

Related Posts