ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ନାର୍କୋ ଟେଷ୍ଟରେ ନିଜ ଅପରାଧ ମାନିଲା ଅଭିଯୁକ୍ତ ଆଫ୍‌ତାବ

ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୋଲିସ ଅଭିଯୁକ୍ତ ଆଫ୍‌ତାବକୁ ଗିରଫ କରିଥିବା ବେଳେ, ତା ନିକଟରୁ ସତ ବାହାର କରିଛି। ଗୁରୁବାର ଦିଲ୍ଲୀର ରୋହିଣୀ ସ୍ଥିତ ଡା.ଭୀମାରାଓ ଆମ୍ବେଦକର ହସ୍ପିଟାଲରେ ତାର ନାର୍କୋ ଟେଷ୍ଟ ହୋଇଛି।

ଆଫ୍‌ତାବଙ୍କ ନାର୍କୋ ଟେଷ୍ଟ ୧ଘଣ୍ଟା ୫୦ମିନିଟ ଧରି ଚାଲିଥିଲା। ଟେଷ୍ଟ ପରେ ଅଭିଯୁକ୍ତ ଆଫ୍‌ତାବଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଏହି ସମୟରେ ଆଫ୍‌ତାବ ପୁଣି ଥରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ସହ ନିଜ ଅପରାଧକୁ ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ, ଅଭିଯୁକ୍ତ ଆଫ୍‌ତାବ ଟେଷ୍ଟରେ ପଚରାଯାଇଥିବା ଅଧିକାଂଶ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ ଇଂରାଜୀରେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ସେହିପରି ଆଉ କିଛି ପ୍ରଶ୍ନର ଉତ୍ତର ଦେବାକୁ ଆଫ୍‌ତାବ କିଛି ସମୟ ମଧ୍ୟ ନେଇଥିବା ଜଣାପଡ଼ିଛି। କିନ୍ତୁ ଯେତେବେଳେ ପ୍ରଶ୍ନର ପୁନରାବୃତ୍ତି ହୋଇଥିଲା ସେତେବେଳେ ବି ସେ ଉତ୍ତର ଦେଇଥିଲେ। ପରୀକ୍ଷା ସମୟରେ ଆଫ୍‌ତାବ ବହୁ ଆତ୍ମବିଶ୍ୱାସୀ ଦେଖାଯାଇଥିଲେ। ଅଭିଯୁକ୍ତ ଆଫ୍‌ତାବ ନାର୍କୋ ଟେଷ୍ଟ ସମୟରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। କେବଳ ଏତିକି ନୁହେଁ ଶ୍ରଦ୍ଧାଙ୍କ ମୃତଦେହକୁ କାଟିବା ପାଇଁ ସେ କେଉଁ ଅସ୍ତ୍ର ବ୍ୟବହାର କରିଛନ୍ତି ଏବଂ କେଉଁଠି ଫିଙ୍ଗିଛନ୍ତି ତାହ ମଧ୍ୟ ସୂଚନା ଦେଇଥିଲେ। ପରୀକ୍ଷା ସମୟରେ ଆଫ୍‌ତାବ ଚତୁରତା ଦେଖାଇଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ପୋଲିସର ସମସ୍ତ କଥା ମାନିବା ସହ ତଦନ୍ତରେ ସହଯୋଗ କରୁଛନ୍ତି। ଏପରିକି ପଲିଗ୍ରାଫ୍‌ ଏବଂ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ରାଜି ହୋଇଯାଇଥିଲେ। ତାଙ୍କର ଏହି ଭଲ ଆଚରଣ ଉପରେ ପୋଲିସ ସନ୍ଦେହ କରୁଥିବା ଜଣାପଡ଼ିଛି ।

Related Posts