ଶ୍ରଦ୍ଧା ହତ୍ୟା ମାମଲା: ଅଫତାବକୁ ନେଇ ଯାଉଥିବା ପୋଲିସ ଗାଡ଼ି ଉପରକୁ ଆକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲା କୁ ପୋଲିସ ନିଜ ହେପାଜତକୁ ନେଇ ଚଳାଇଛି। ତେବେ ଏହାରି ମଧ୍ୟରେ ପୁଲିସ ଭ୍ୟାନ ଉପରେ ଆକ୍ରମଣ ହୋଇଛି । ଅଭିଯୁକ୍ତ ଅଫତାବକୁ ପୁଲିସ ଫରେନସିକ୍ ସାଇନ୍ସ ଲାବୋରେଟୋରୀ କାର୍ଯ୍ୟାଳୟରୁ ନେଇ ଯାଉଥିବା ବେଳେ ପ୍ରାୟ ୧୫ଜଣ ଲୋକ ଗାଡି ଉପରେ ଆକ୍ରମଣ କରିଥିଲେ। ଅଫତାବର ପଲିଗ୍ରାଫ ପରୀକ୍ଷା ପାଇଁ ତାକୁ ଫରେନସିକ୍ ସାଇନ୍ସ ଲାବୋରେଟୋରୀ ଅଣାଯାଇଥିଲା। ପରୀକ୍ଷା ଶେଷ ହେବା ପରେ ସେ ଭ୍ୟାନରେ ଫରେନସିକ୍ ସାଇନ୍ସ ଲାବୋରେଟୋରୀରୁ ବାହାରୁଥିବା ବେଳେ ଏଭଳି ଘଟଣା ଘଟିଥିଲା।

ସୂଚନା ଅନୁଯାୟୀ, ପ୍ରାୟ ୧୫ଜଣ ଲୋକମାନେ ପୁଲିସ ଭ୍ୟାନ୍ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ହାତରେ ଖଣ୍ଡା ଭଳି ଅସ୍ତ୍ର ଧରିଥିଲେ। ଏହି ଆକ୍ରମଣକାରୀମାନେ ଏକ ଭ୍ୟାନରେ ଆସିଥିବା ବେଳେ ସେମାନଙ୍କ ଗାଡିରୁ ହାତୁଡ଼ି ଏବଂ ୪-୫ଟି ଖଣ୍ଡା ପୁଲିସ ଜବତ କରିଛି । ଶ୍ରଦ୍ଧା ହତ୍ୟା ମାମଲା ପରଠାରୁ ଅଫତାବକୁ ନେଇ ଲୋକଙ୍କ ମନରେ ରାଗ ରହିଥିବା ବେଳେ ଆକ୍ରମଣକାରୀମାନେ କହିଛନ୍ତି ଯେ, ଯିଏ ଏଭଳି ଘୃଣ୍ୟ କାମ କରିବ ତାଙ୍କୁ ଛଡ଼ାଯିବ ନାହିଁ। ଯିଏ ଆମ ଭଉଣୀକୁ ୩୫ଖଣ୍ଡ କରିଛି, ତାକୁ ୭୦ଖଣ୍ଡ କରିବାକୁ ଆସିଥିଲୁ

Related Posts