ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ମହାପ୍ରଭୁଙ୍କ ଠାରେ ଲାଗି ହେବାକୁ ଥିବା ପହଲିଭୋଗର ନୀତିକାନ୍ତି ଉପରେ ବୈଠକରେ ହେବ ଆଲୋଚନା ।

ଏଥିସହ ଆସନ୍ତା ୨୦୨୩ ଜାନୁୟାରୀ ୬ ତାରିଖ ଦିନ ପୌଷ୍ୟ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି । ଚତୁର୍ଦ୍ଧାବିଗ୍ରହଙ୍କୁ ସୁବର୍ଣ୍ଣ ବେଶରେ ବିଭୂଷିତ କରାଯିବା ନେଇ ମଧ୍ୟ ନୀତିନିର୍ଘଣ୍ଟ ପାଇଁ ବୈଠକରେ ବିଭିନ୍ନ ନିଯୋଗର ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ । ବୈଠକରେ ଛତିଶାନିଯୋଗ ମହାନାୟକ, ପରିଚାଳନା କମିଟିର ସମସ୍ତ ସେବାୟତ ସଦସ୍ୟ, ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ, ଏସପି ଓ ସମସ୍ତ ନିଯୋଗର ସେବାୟତ ପ୍ରତିନିଧି ମାନେ ଯୋଗଦେବେ ।

Related Posts