ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ବିଜେପି ବିଜୟ ଲାଭ କରିଛି । ଏହା ମଧ୍ୟରେ ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳିକରି ହତ୍ୟା କରାଯାଇଛି । ତେବେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମଧ୍ୟମଗ୍ରାମ ଅଞ୍ଚଳରେ ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA)ଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ସେପଟେ କିଛି ଅଜ୍ଞାତ ଦୁର୍ବୃତ୍ତ ତାଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣାକୁ ନେଇ ବିଜେପି ଶାସକ ଟିଏମସି ଉପରେ ଦୋଷ ଲଦିଛି । ଶୁଭେନ୍ଦୁ ଅଧିକାରୀ ଏହାକୁ ଏକ “ରାଜନୈତିକ ହତ୍ୟାକାଣ୍ଡ” ବୋଲି କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ବିରୋଧୀ ଦଳର କର୍ମକର୍ତ୍ତାଙ୍କୁ ଚିହ୍ନଟ କରି ସେମାନଙ୍କୁ ଟାର୍ଗେଟ କରାଯାଉଛି । ଅନ୍ୟପଟେ, ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ କାରଣରୁ ହୋଇଛି, ସେ ନେଇ ବିଭିନ୍ନ ଦିଗରୁ ଯାଞ୍ଚ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇନାହାଁନ୍ତି।
