ସାଧାରଣତନ୍ତ୍ର ଦିବସରେ ଜେଲରୁ ମୁକୁଳିବେ ସିଦ୍ଧୁ

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଖୁବଶୀଘ୍ର ଜେଲରୁ ମୁକୁଳିବେ। ଆସନ୍ତାବର୍ଷ ଜାନୁଆରୀ ୨୬ ଆର୍ଥାତ ଗଣତନ୍ତ୍ର ଦିବସ ଦିନ ନବଜୋତ ସିଂ ସିଦ୍ଧୁ ପଟିଆଲା ଜେଲ୍‌ରୁ ମୁକୁଳିବା ନେଇ ସୂଚନା ମିଳିଛି । ଏନେଇ ଖବର ପ୍ରକାଶ ପାଇବା ପରେ ତାଙ୍କ ସମର୍ଥକ ବିଶେଷ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେପଟେ ତାଙ୍କ ମୁକୁଳିବାକୁ ମାସେ ବାକି ଥିବାବେଳେ ରାଜ୍ୟ କଂଗ୍ରେସର ହଇଚଇ ସୃଷ୍ଟି ହୋଇଛି ।

ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ପଞ୍ଜାବ ଫେରିଛନ୍ତି । ସିଦ୍ଧୁଙ୍କ ସମର୍ଥକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ସିଦ୍ଧୁଙ୍କୁ କୌଣସି ବଡ ପଦବୀ ମିଳିପାରେ ବୋଲି ଅନୁମାନ କରାଯାଉଛି । ଉତ୍ତମ ଆଚରଣ ପାଇଁ ଗଣତନ୍ତ୍ର ଦିବସରେ ଯେଉଁ ୫୦ ଜଣ କଏଦୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି ସେଥିରେ ନବଜୋତ ସିଂ ସିଦ୍ଧୁଙ୍କ ନାମ ରହିଛି ।

ଜେଲ୍‌ରେ ନବଜୋତ ସିଂ ସିଦ୍ଧୁଙ୍କ ଭଲ ଆଚରଣ ପାଇଁ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି । ୨୦୨୩ ଜାନୁଆରୀ ୨୬ରେ ତାଙ୍କୁ ମୁକ୍ତ କରାଯିବା ନେଇ ସୂଚନା ମିଳିଛି । ଏବେଠୁ ପଞ୍ଜାବ କଂଗ୍ରେସ ଭବିଷ୍ୟତ ଉପରେ ପ୍ରଭାବ ଦେଖିବାକୁ ମିଳିଛି । ସିଦ୍ଧୁଙ୍କୁ ବିରୋଧ କରୁଥିବା ନେତା ତାଙ୍କୁ ଭେଟିବା ପାଇଁ ପହଞ୍ଚି ଥିବାବେଳେ କେତେକ ନେତା ତାଙ୍କୁ କିଛି ନେତା ଜେଲରୁ ମୁକୁଳିବା ପୂର୍ବରୁ ଭେଟିବାକୁ ସମୟ ମାଗିଛନ୍ତି । ଜେଲ ଦଣ୍ଡାଦେଶ ପାଇଥିବା ସିଦ୍ଧୁ ଇତି ମଧ୍ୟରେ ୬ ମାସରୁ ଅଧିକ ସମୟ ସଜା କାଟି ସାରିଛନ୍ତି ।

ତେବେ ୧୯୮୮ ମସିହାର ସିଦ୍ଧୁ ଜଣେ ସାଧାରଣ ଲୋକକୁ ପାର୍କିଂକୁ ନେଇ ପଟିଆଲାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ କିଛି ଦିନ ପରେ ସେହି ବ୍ୟକ୍ତିଙ୍କ ମୃତ୍ୟ ପରେ ସିଦ୍ଧୁଙ୍କ ବିରୋଧରୋ ମାମଲା ରୁଜୁ ହୋଇଥିଲା । ତେବେ ୩୩ ବର୍ଷ ପରେ ଏହି ଘଟଣାର ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ୩୩ ବର୍ଷ ଧରି ପଡିଥିବା ରୋଡ୍ ରେଜ୍ କେସ୍‌ ପୁଣି ଥରେ ଖୋଲିଥିଲା । କ୍ରିକେଟରୁ ନେତା ପଲାଟିଥିବା ସିଦ୍ଧୁଙ୍କ ଦଣ୍ଡ ଅବଧି ବୃଦ୍ଧି କରିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ୧୯୮୮ର ରୋଡ୍ ରେଜ୍ ମାମଲାରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ସିଦ୍ଧୁଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା । ତେବେ ଏହି ମାମଲାରେ ସିଦ୍ଧୁଙ୍କୁ ମାତ୍ର ୧୦୦୦ ଟଙ୍କା ଜରିମାନା ସହିତ ଛାଡି ଦିଆଯାଇଥିଲା । ୨୦୨୨ ମାର୍ଚ୍ଚ ୧୯ ତାରିଖରେ ସିଦ୍ଧୁଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ । ଏହାପରେ ମଇ ୨୦ ତାରିଖରେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ ସିଦ୍ଧୁ ।

Related Posts