ସବୁବେଳେ ପାଠ ପଢୁଥିବାରୁ ହଷ୍ଟେଲରେ ଦିଦିକୁ ସାଇକୋ କହୁଥିଲେ; ମୁହଁ ଖୋଲିଲେ ରୁଚିକାଙ୍କ ସାନ ଭଉଣୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ରୁଚିକାଙ୍କ ସାନ ଭଉଣୀ ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ତେବେ ମୋ ଦିଦି ପିଲାବେଳୁ ମେଧାବୀ ଥିଲା , ଭଲ ମାର୍କ ରଖୁଥିଲା । ସବୁବେଳେ ପାଠ ପଢୁଥିବାରୁ ହଷ୍ଟେଲରେ ଦିଦିକୁ ସାଇକୋ କହୁଥିଲେ । ସିନିୟମାନେ କମେଣ୍ଟ କରିବା ସହ ଦେଖେଇ ସିଖେଇ କହୁଥିଲେ । ସେ କୁଆଡେ ଗଲେ ତାକୁ ଦେଖି କୁହନ୍ତି ହେଇ ଆଇଏଏସ ଆସିଲା ।ସେପଟେ ଘଟଣାର ଦୁଇ ଦିନ ପରେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୋଲିସ ।

କମିଶନରେଟ୍ ପୋଲିସ ତିନିଟି ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଳତାଡ କରୁଛି । କଲେଜ ଛାତ୍ରୀନିବାସରେ ପହଞ୍ଚି ପୋଲିସ ଟିମ୍ ଛାନଭିନ୍ କରିଛନ୍ତି । ସନ୍ଦେହରେ ପୋଲିସ ଅନେକ ଛାତ୍ରଛାତ୍ରୀଙ୍କୁ ଜେରା କରିଛି । ସୁପରିଟେଣ୍ଡେଣ୍ଟ, ୱାର୍ଡେନ୍, ଫ୍ଲୋର ଇନଚାର୍ଜ. ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଜେରା କରି ବୟାନ ରେକର୍ଡ କରିଛି ପୋଲିସ । ମୋଟ୍ ୧୩୪ ଜଣ ନାଁକୁ ନେଇ ତାଲିକା ପୋଲିସ ପ୍ରସ୍ତୁତ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts