ସିମ୍‌କାର୍ଡ ସ୍ଵାପିଂ ରାକେଟ୍‌ର ପର୍ଦ୍ଦାଫାସ୍ : ସ୍ପେଶାଲ ସ୍କ୍ୱାଡ୍ କବଜାରେ ୩ ଠକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସିମ୍‌ କାର୍ଡ ସ୍ୱାପିଂ ରାକେଟ୍ ଠକେଇ ମାମଲାର ପର୍ଦ୍ଦାଫାସ୍ । ୩ ଜଣଙ୍କୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ୱାଡ୍। ଏହି ଘଟଣା ଘଟିଛି କଟକରେ। ଶୁକ୍ରବାର ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ସିମ୍‌କାର୍ଡ ସ୍ଵାପିଂ ଠକେଇର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ। ଏହି ରାକେଟ୍‌ରେ ସଂପୃକ୍ତ ୩ ଜଣ ଠକଙ୍କୁ ଉଠାଇ ଆଣିଛି କମିସନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ। ଏହା ସଙ୍ଗେ ସଙ୍ଗେ ସେମାନଙ୍କ ଠାରୁ ବିପୁଳ ପରିମାଣର ସିମ କାର୍ଡ଼, ଆଧାରକାର୍ଡ ଓ ମୋବାଇଲ ଜବତ କରାଯାଇଛି ।  ସିମ୍‌କାର୍ଡ ସ୍ଵାପିଂ ରାକେଟ୍‌ର ଟାର୍ଗେଟ୍‌ରେ ଥିଲା ଗ୍ରାହକଙ୍କ ସ୍ପେଶାଲ ନମ୍ବର । ନମ୍ବର ବନ୍ଦ ହୋଇଯିବ କହି ଓଟିପି ହାତେଇ ସାଇବର ଠକଙ୍କ ଷ୍ଟାଇଲରେ ଲୁଟୁ ଥିଲେ ଅପରାଧୀ। 

ଏହି ଅପରାଧୀ ମାନେ ୟୁଜରମାନଙ୍କୁ ଫୋନ୍ କରି କହୁଥିଲେ ଯେ ଆପଣଙ୍କର ସିମ୍ କାର୍ଡ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ । ୟୁଜରମାନଙ୍କୁ ଭୟଭୀତ କରି ସେମାନଙ୍କ ଫୋନକୁ ଓଟିପି ପଠାଉଥିଲେ। ଏହାପରେ ଓଟିପି ନେଇ ସାଇବର ଠକେଇ କରୁଥିଲେ। ତେବେ କମିସନରେଟ୍‌ ପୋଲିସର ସ୍ପେଶାଲ୍ ସ୍କ୍ଵାର୍ଡ ଏହି ରାକେଟ୍‌ର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି। ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣ ଠକଙ୍କୁ ପୋଲିସ ଗିରଫ କରିଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସିମ୍‌କାର୍ଡ ସ୍ଵାପିଂ ଠକେଇର ୭ ଜଣ ଗିରଫ ହୋଇଥିଲେ।

Related Posts