ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବ ସିଙ୍ଗଲ୍ ଡୋଜ୍ କରୋନା ଟିକା

corona

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶରେ ବର୍ତ୍ତମାନ କରୋନା ସ୍ତିତି ଆୟତ୍ତ ହେବାରେ ଲାଗିଛି । ଏପରିସ୍ଥିତିରେ କରୋନା ଭ୍ୟାକ୍ସିନକୁ ନେଇ ଆଉ ଏକ ବଡ ଖୁସି ଖବର ଆସିଛି । ତେବେ ଖୁବ ଶୀଘ୍ର ଭାରତ ପ୍ରଥମ ସିଙ୍ଗଲ୍ ଡୋଜ୍ କରୋନା ଟିକା ପାଇବ ବୋଲି ସୂଚନା ମିଳିଛି । ଆମେରିକାର ଜନସନ ଆଣ୍ଡ ଜନସନ କମ୍ପାନୀ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ସିଙ୍ଗଲ୍ ଡୋଜ୍ କରୋନା ଟିକା ଆବେଦନ କରିଛନ୍ତି। ଏନେଇ ସରକାର ଖୁବ ଶୀଘ୍ର ନିଷ୍କତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏହା ସହ ବିଦେଶରୁ ଟୀକା ଆସିବା ପରେ ଭାରତରେ ଟୀକାକରଣ ଅଭିଯାନର ଗତି ବଢିବାର ସମ୍ଭାବନା ରହିଛି । ଅନ୍ୟପଟେ କିଛିଦିନ ପୂର୍ବରୁ ଏନେଇ କମ୍ପାନୀ ପ୍ରତିକ୍ରିୟା ରଖିଥିଲା । ତେବେ ଏହାର ସିଙ୍ଗଲ୍ ଡୋଜ୍ କରୋନା ଟିକା ଭାରତକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଭାରତ ସରକାରଙ୍କ ସହ ଆଲୋଚନାକୁ ଅପେକ୍ଷା କରିଛି।

କେବଳ ଏତିକି ନୁହେଁ ବରଂ ଜନସନ ଆଣ୍ଡ ଜନସନ ଇଣ୍ଡିଆର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଅଗଷ୍ଟ ୫, ୨୦୨୧ ରେ ଜନସନ ଆଣ୍ଡ ଜନସନ ପିଭି ଲିମିଟେଡ ଏହାର ଏକକ ଡୋଜ କରୋନା ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କରିଛି। ଏହା ସହ ଆମର ଜନସନ ଆଣ୍ଡ ଜନସନ କୋଭିଡ-୧୯ ଟିକା ଯୋଗାଇବାରେ ବାୟୋଲୋଜିକ୍ସ ଆମର ବିଶ୍ୱ ଯୋଗାଣ ଶୃଙ୍ଖଳା ନେଟୱାର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି। କେବଳ ଏତିକି ନୁହେଁ ବରଂ ସରକାର, ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ଗାଭି ଏବଂ COVAX ସୁବିଧା ଭଳି ସଂଗଠନ ସହିତ ଆମର ବ୍ୟାପକ ସହଯୋଗ ଏବଂ ସହଭାଗିତା ମାଧ୍ୟମରେ ଅଛି ବୋଲି କମ୍ପାନୀ କହିଛି ।

ଅନ୍ୟପଟେ ସିଙ୍ଗଲ୍ ଡୋଜ୍ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣରୁ ଦର୍ଶାଯାଇଛି ଯେ ଏହା ସମସ୍ତ କ୍ଷେତ୍ରରେ ଗୁରୁତର ରୋଗକୁ ରୋକିବାରେ ଏବଂ କୋଭିଡ ବିରୁଦ୍ଧ ଲଢେଇରେ ସିଙ୍ଗଲ୍ ଡୋଜ୍ କରୋନା ଟିକା ୮୫ ପ୍ରତିଶତ ପ୍ରଭାବଶାଳୀ ଅଟେ । ଏହା ସହିତ ଏହା ମୃତ୍ୟୁ ହାରକୁ ମଧ୍ୟ ହ୍ରାସ କରିଥାଏ । ଟିକା ଗ୍ରହଣ କରିବାର ୨୮ ଦିନ ପରେ ଏହି ପ୍ରଭାବଗୁଡିକ ଦେଖାଦେଇଥାଏ ।

Related Posts