ବରଯାତ୍ରୀରେ ନାଗ ସହ ନାଗିନ ଗୀତରେ ଡ୍ୟାନ୍ସ: ୫ଗିରଫ

ବାରିପଦା: ନାଗ ସହ ନାଗିନ ଗୀତରେ ଡ୍ୟାନ୍ସ | ସେ ପୁଣି ବରଯାତ୍ରୀ | ନା ସାପକୁ ନେଇ କାହାର ଭୟ ଅଛି ନା କିଛି | ସମସ୍ତେ ବେଶ ହସ ଖୁସିରେ ନାଚିବାରେ ଲାଗିଛନ୍ତି | ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଘଟିଛି ଏହି ଘଟଣା |

ବାଜା ବାଜୁଛି ସମସ୍ତେ ଝୁମୁଛନ୍ତି ଆଉ ମଝିରେ ନାଗ ସାପ ଧରି ନାଚୁଛନ୍ତି ଜଣେ ସାପୁଆ କେଳା । ଏ ଘଟଣା ବରପକ୍ଷକୁ ମହଙ୍ଗା ପଡିଛି । ଘଟଣା ବନବିଭାଗ ପାଖରେ ପହଞ୍ଚିବା ପରେ କରଞ୍ଜିଆ ବନବିଭାଗ ନାଗସାପ , ସାପୁଆକେଳା ସହ ୫ ଜଣଙ୍କୁ ଗିରଫ କରିଛି ।

ବରଯାତ୍ରୀରେ ବାଜା ସହ ନାଗ ଧରି ନାଗିନ ନାଚବାରଯାତ୍ରୀରେ ବାହାରିଛନ୍ତି ବରପକ୍ଷ । ବାଜା ସାଙ୍ଗକୁ ଡିଜେରେ କମ୍ପୁଛି ଅଞ୍ଚଳ । ଏହାରେ ଭିତରେ ଟୋକେଇରେ ସାପକୁ ଧରି ବରଯାତ୍ରୀ ଗହଣରେ ନାଚୁଛନ୍ତି ସାପୁଆ କେଳା । ନାଚରେ ଏକଦନ ବେହୋସ । ବିନ ବାଜା ଆଉ ଡିଜେ ସହ ନାଗ ସହ ନାଚରେ ମସଗୁଲ ସାପୁଆ କେଳା ଜଣଙ୍କ । ନା ସାପକୁ ଭୟ ଅଛି ନା କାହାରୁ ଖାତିର । ଯଦି ସାପଟି ଟୋକେଇରୁ ବାହାରି ଆସିଥାନ୍ତା ତେବେ ଅଘଟଣ ଘଟି ଯାଇ ପାରିଥାନ୍ତା ହେଲେ ଏଥିପ୍ରତି କାହାର ଧ୍ୟାନ ନାହିଁ ସମସ୍ତେ ନାଚରେ ବ୍ୟସ୍ତ ।

ଏ ଘଟଣାକୁ ଗୁରୁତର ସହିତ ନେଇଛି ବନ ବିଭାଗ । ସାପୁଆ କେଳା ସମେତ 5 ଜଣଙ୍କୁ ଅଟକ ରଖିଛି ପୋଲିସ । ସାପୁଆ କେଳା ଜଣଙ୍କ ଅନୁଗୋଳ ଅଞ୍ଚଳର ରାମ ସିଂ ବୋଲି ଜଣାପଡ଼ିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ । ଏଭଳି ଘଟଣାରେ ଅନ୍ୟ କେହି ଦୋଷୀ ଥିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରେଞ୍ଜର। କୌଣସି ଜୀବଜନ୍ତୁ ସହ ଏପରି କରିବା ଅପରାଧ । ଏ ଦିଗରେ ଲୋକଙ୍କୁ ସଚେତନ ହେବାକୁ ବନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ହେଲେ ମଣିଷ ତାର ମନୋରଞ୍ଜନ ପାଇଁ କିଛି ବି କରୁଛି ।

Related Posts