ବିମାନ ବନ୍ଦରରେ ଯାତ୍ରୀଙ୍କ ଖାଦ୍ୟ ପ୍ୟାକେଟ୍‌ରୁ ବାହାରିଲା ବିଷାକ୍ତ ସାପ !

କୋଚ୍ଚି ବିମାନ ବନ୍ଦରରୁ ଆବୁଧାବି ଯାଉଥିବା ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ବିଷାକ୍ତ ସାପ ବାହାରିବା ପରେ ସିଆଇଏସ୍‌ଏଫ୍‌ କର୍ମୀ ସେହି ଯାତ୍ରୀଙ୍କୁ ଯାତ୍ରା କରିବାରୁ ରୋକିଦେଲେ ।
ପୋଲିସ୍‌ ପକ୍ଷରୁ କୁହାଯାଇଛି ଯେ ପଲକ୍କଡ଼ ନିବାସୀ ସୁନୀଲ୍‌ ନାମକ ଜଣେ ବ୍ୟକ୍ତି ଜଣେ କୃଷକଠାରୁ ଚାଇନିଜ୍‌ ଆଳୁର ପ୍ୟାକେଟ୍‌ କିଣିଥିଲେ, ଯେଉଁଥିରେ ସାପ ଥିଲା ।

ରବିବାର ସଂଧ୍ୟାରେ ସେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଉଡ଼ାଣରେ ଆବୁଧାବି ଯାଇଥାନ୍ତେ । ବିମାନ ବନ୍ଦରରେ ଯାଂଚ ସମୟରେ ତାଙ୍କ ବ୍ୟାଗ୍‌ରୁ ସାପ ମିଳିବା ପରେ କେନ୍ଦ୍ର ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌) କର୍ମୀମାନେ ବିମାନରେ ଚଢ଼ିବାରୁ ତାଙ୍କୁ ରୋକିଲେ । ବ୍ୟାଗ୍‌ରେ ଥିବା ସାପର ନାମ କରୈତ୍‌, ଯାହା ବିଷାକ୍ତ ପ୍ରଜାତିର ।

ଅଧିକାରୀ କହିଛନ୍ତି ଯେ ସୁନୀଲଙ୍କୁ ବିମାନ ବନ୍ଦର ପୋଲିସ୍‌ଙ୍କୁ ହସ୍ତାନ୍ତର କରାଯାଇଛି । ଯଦିଓ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇନାହିଁ । କାରଣ ବ୍ୟାଗ୍‌ରୁ ସାପ ଥିବା କଥା ତାଙ୍କୁ ଜଣା ନ ଥିଲା । ପରେ ତାଙ୍କୁ ଛାଡ଼ି ଦିଆଗଲା ।

Related Posts