ଏଣିକିି ହାଇକୋର୍ଟର ବିଚାରପତିମାନେ ଗାଡ଼ି ପାଇଁ ମାଗଣାରେ ପାଇପାରିବେ ଫ୍ୟାନ୍ସି ନମ୍ବର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକିି ହାଇକୋର୍ଟର ବିଚାରପତିମାନେ ଗାଡ଼ି ପାଇଁ ମାଗଣାରେ ପାଇପାରିବେ ଫ୍ୟାନ୍ସି ନମ୍ବର । ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୭ ମସିହାରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭାରତ ରତ୍ନରେ ସମ୍ମାନିତ ହୋଇଥିବା ବ୍ୟକ୍ତି, ଉପମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି, ଲୋକପାଳ, ବିଧାନସଭା ବାଚସ୍ପତି, କ୍ୟାବିନେଟ ମନ୍ତ୍ରୀ, ପ୍ଲାନିଂ ବୋର୍ଡ ଅଧ୍ୟକ୍ଷ, ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଧାନସଭାର ବିରୋଧୀ ଦଳ ନେତାଙ୍କୁ ମାଗଣାରେ ୧ରୁ ୧୨ ମଧ୍ୟରେ ଯେକୌଣସି ନମ୍ବର ଏବଂ ସଂରକ୍ଷିତ ଥିବା ୬୧ଟି ଫ୍ୟାନ୍ସି ନମ୍ବରରୁ ଯେକୌଣସି ନମ୍ବର ନେବାର ନିୟମ ଥିଲା।

ଏବେ ହାଇକୋର୍ଟର ବିଚାରପତିମାନଙ୍କ ପାଇଁ ୧୩ରୁ ୨୦ ଏବଂ ଅନ୍ୟ ଫ୍ୟାନ୍ସି ନମ୍ବର ମାଗଣାରେ ଦିଆଯାଇପାରିବ ବୋଲି ପରିବହନ କୁହାଯାଇଛି। ହେଲେ ଫ୍ୟାନ୍ସି ନମ୍ବର ପାଇଁ ପୂର୍ବରୁ କେହି ବୁକିଂ କରିନଥିବା ଦରକାର। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts