ସୋସିଆଲ ମିଡ଼ିଆ ଏବେ ବେତାଳ !

ବଡ଼ବଡ଼ିଆ ଆଉ ବିରୋଧୀଙ୍କୁ ସରକାର ସାବାଡ଼ କରିସାରିଲେଣି । ସରକାରଙ୍କ କାନ୍ଧରେ ଯେଉଁମାନେ ବେତାଳ ହୋଇ ଝୁଲୁଛନ୍ତି ସେମାନଙ୍କୁ ଯୁୁଝିବା ଏବେ କାଠିକର ପାଠ ହୋଇ ପଡ଼ିଛି । ଯେତେ ଉତ୍ତାରିଲେ ବି ଅଭିଯୋଗରେ ବେତାଳ ତାଙ୍କ କାନ୍ଧରୁ ହଟିବାର ନାଁ ଧରୁ ନାହିଁ । ଆଉ ସେ ବେତାଳ ହେଲା ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଅଡ଼ିଓ ଓ ଭିଡ଼ିଓ କ୍ଲିପ୍ ।

ସୋସିଆଲ ମିଡ଼ିଆ ଏବେ ବେତାଳ । କୋଭିଡ଼କୁ ପରିଚାଳନାକୁ ନେଇ ସୋସିଆଲ ମଡ଼ିଆରେ ଶହ ଶହ ଅଡ଼ିଓ ଓ ଭିଡ଼ିଓ ରେକଡିଂ ଯେଉଁ ଭଳି ଭାବରେ ଭାଇରାଲ ହେବାରେ ଲାଗିଛି ସରକାରଙ୍କ ମୁଣ୍ଡ ଏବେ ଟିଣ । କେଉଁଭଳି ଭାବେ ରୋକାଯିବ ତାହା ଏବେ ଚିନ୍ତାର ବିଷୟ । ଏପରି ସ୍ଥଳେ ସରକାର ବାଟ ନପାଇ ଏବେ ସହଜ ଏବଂ ସରଳ କୌଶଳଟିଏ ଆପଣେଇଛନ୍ତି । ପୁଲିସକୁ ଲଗେଇ ଦିଅ ଯେଉଁଠି ଅଡୁଆ ଲାଗିଲା ତା ବିରୋଧରେ ଗଣ୍ଡେ ଛଅଟା ଦଫା ଗଡ଼େଇ ଦିଅ, ଡ଼ରରେ ସବୁ ସାବାଡ଼ ହୋଇଯିବେ । କିନ୍ତୁ ଯାହା ଜଣାପଡ଼ୁଛି ସରକାରଙ୍କର ନାଲିଆଖି ବେଶି କାମ ଦେଉନାହିଁ । ବାଧ୍ୟ ହୋଇ କ୍ରାଇମ୍‌ବ୍ରାଂଚ ପୁଲିସ ପକ୍ଷରୁ ଟୁଇଟରରେ ଅନୁରୋଧ ପତ୍ରଟିଏ ଛଡ଼ା ଯାଇଛି, ଯଦିଓ ତାହା ଅନୁରୋଧ କମ୍ ଚେତାବନୀ ଅଧି୍‌କ ଲାଗୁଛି । ସେଥିରେ କୁହାଯାଇଛି ସୋସିଆଲ ମିଡ଼ିଆରେ କୋଭିଡ ସମ୍ପର୍କିତ ଫେକ୍ ଅଡ଼ିଓ କଲ ବା ଭିଡିଓ କଲ୍ ପ୍ରକାଶ ପାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏଠାରେ ପ୍ରଶ୍ନଉଠୁଛି ଯଦି କ୍ରାଇମବ୍ରାଂଚ ଏଭଳି ନିର୍ଦ୍ଧେଶନାମା ଜାରିକରେ ତେବେ ସାଧାରଣ ଲୋକ କୋଭିଡ ସମ୍ପର୍କିତ ହେଉଥିବା ଅନିୟମିତତା ବା ଅବ୍ୟବସ୍ଥା ସମ୍ପର୍କରେ କେଉଁଠି ଅଭିଯୋଗ କରିବେ? କ୍ରାଇମବ୍ରାଂଚ ଯଦି ସୋସିଆଲ ମିଡ଼ିଆରେ ବୁଲୁଥିବା ଅଡିଓ ଆଉ ଭିଡିଓକୁ ଆଳକରି ଯଦି କୌଣସି ବ୍ୟକ୍ତିଙ୍କୁ ଏଥରପାଇଁ ଦଣ୍ଡିତ କରିବାକୁ ଚେଷ୍ଟାକରେ ତେବେ ବୁଝିବାକୁ ପଡିବ ବ୍ୟକ୍ତିର ସ୍ୱାଧିନତା ଏହାଦ୍ୱାରା ବାଧାପ୍ରାପ୍ତ ହେଉଛି । ଅନେକଙ୍କ କହିବା କଥା ସୋସିଆଲ ମିଡିଆରେ ପ୍ରକାଶିତ ତଥ୍ୟ ସମ୍ପର୍କରେ ଦେଶର ବିଭିନ୍ନ ରାଜ୍ୟର ହାଇକୋର୍ଟ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦେଇଥିବା ବେଲେ ରାଜ୍ୟ ସରକାରଙ୍କ ଏଭଳି ଆଭିମୂଖ୍ୟକୁ ଅନେକ ନାପସନ୍ଦ କରିଛନ୍ତି ।

କ୍ରାଇମ୍‌ବ୍ରାଂଚର ଚେତାବନୀକୁ ବିରୋଧ କରି ଆଇନର ଯେଉଁ ଯୁକ୍ତି ବଢାଯାଉଛି , ତାହା ହେଲା ସୋସିଆଲ ମିଡ଼ିଆରେ ପୋଷ୍ଟିଂ ଜଣେ ବ୍ୟକ୍ତିର ଅଧିକାର । ତାକୁ ଆଧାର କରି ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରି ପାରିବ ନାହିଁ ବୋଲି ନିକଟରେ ତ୍ରୀପୁରା ହାଇକୋର୍ଟ ଏକ ରାୟ ଦେଇଛନ୍ତି । ଅନ୍ୟ ପଟେ ଯୁକ୍ତି ହେଉଛି ଯେ ମାନ୍ୟବର ସୁପ୍ରିମକୋର୍ଟ ୨୦୧୫ ମସିହାରେ ଆଇ.ଟି ଆକ୍ଟ ୨୦୦୦ର ଧାରା ୬୬(କ) କୁ ଅଗ୍ରାହ୍ୟ କରିଦେଇଛନ୍ତି । ଅର୍ଥାତ୍ ଏହି ଧାରାରେ ଜଣେ ବ୍ୟକ୍ତିକୁ ପୁଲିିସ ଗିରଫ କରିପାରିପବ ନାହିଁ । ମାତ୍ର ମହାମାରୀ ରୋଗ ଆଇନ ୧୮୯୭ ଧାରା ଅନୁଯାୟୀ ଫେକ୍ ନ୍ୟୁଜ୍ ବା ଗୁଜବ ସୃଷ୍ଟିକାରୀ ଖବର ପ୍ରସାରଣ ଆଧାରରେ ପୁଲିସ ଗିରଫ କରିପାରିବ ନାହିଁ ।

Related Posts