ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ହ୍ୱାଟ୍ସଆପ୍ ଚାଟ୍

ଭୁବନେଶ୍ୱର : ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ଘଟଣାକୁ ନେଇ ପୋଲିସ ହାତରେ ଲାଗିଲା ଆଉ ଏକ ତଥ୍ୟ । ସାମ୍ନାକୁ ଆସିଲା ସୌମ୍ୟଜିତଙ୍କ ମାଆଙ୍କ ପାଖକୁ ଶ୍ୱେତା ପଠାଇଥିବା ଆଉ କିଛି ମେସେଜ କ୍ଲିପ୍ । ଏଥିରେ ଶ୍ୱେତା ଲେଖିଛନ୍ତି ଯେ, ଆପଣଙ୍କ ପୁଅ ମୋବାଇଲ ପାଇଁ ମୋଠାରୁ ୧୨ ହଜାର ଟଙ୍କା ନେଇଥିଲେ । ଏବେ ମିଛ ଡ୍ରାମା କରୁଛନ୍ତି ଯେ, ସେ ମୋତେ ବହୁତ କିଛି ଦେଇଥିଲେ ।

ସରି ଆଣ୍ଟି, ଆପଣଙ୍କ ପୁଅ ଏତେ ମିଛ କହିପାରନ୍ତି ମୁଁ ଜାଣିନଥିଲି । ଚାକିରି ଛାଡିଲା ପରେ ସୌମ୍ୟଜିତ ମୋ ରୁମ୍‌ରେ ପଡିକି ଥିଲେ ରେଣ୍ଟ ଏବଂ ଇଲେକ୍ଟ୍ରି ବିଲ୍ ବି ଦେଉନଥିଲେ । ସେ ଏବେ ଡ୍ରାମା କାହିଁକି କରୁଛନ୍ତି କି ମୋତେ ବହୁତ କିଛି ଦେଇଛନ୍ତି । ଏତେ ନମକ୍ ହାରାମ୍ ପିଲା ମୋ ଲାଇଫ୍‌ରେ ଦେଖିନି ।

ଯେଉଁ ଥାଳିରେ ଖାଇବେ ସେହି ଥାଳିରେ ଲାଷ୍ଟକୁ ଥୁକି ଯିବେ । ସେ ଏବେ ଯେଉଁ କହୁଛନ୍ତି କି ତୁ ଯେଉଁ ଜୋତା ଏବଂ ସାର୍ଟ ଦେଇଥିଲୁ ନେଇଯା । ମୁଁ ନେଇକି କଣ କରିବି ? ମୋତେ ଦେଇ ଦିଅନ୍ତୁ ସେ ପଇସା । ଆଉ ମୋତେ ଏତେ ଅନଏଥିକାଲ ନମକ୍ ହାରାମ୍, ଏହସାନ୍ ଫରୋମୋସ୍ ପିଲା ସହ କଥା ହେବାର ନାହିଁ ବୋଲି ଶ୍ୱେତା ମେସେଜରେ ଲେଖିଛନ୍ତି ।

Related Posts